ସୁନାର ଚଢ଼ା ଦର ମଧ୍ୟରେ ବି ଅକ୍ଷୟ ତୃତୀୟାରେ ବେଶ ସୁନା କିଣିଛନ୍ତି ଲୋକ । ରାଜ୍ୟରେ ୨ଶହ କୋଟି ଟଙ୍କାର ସୁନା ବିକ୍ରି ହୋଇଛି । ପୂର୍ବବର୍ଷ ତୁଳନାରେ ଏ ବର୍ଷ ଅକ୍ଷୟ ତୃତୀୟରେ ସୁନା ଦର ହୋଇଯାଇଛି ୫୨ ହଜାର ଟଙ୍କାରୁ ଅଧିକ ମହଙ୍ଗା । ଏହାସତ୍ତ୍ୱେ ଲୋକେ ପରମ୍ପରାକୁ ଆଗେଇ ନେଇ ହାଲୁକା ଗହଣା ଆଡ଼ ଆଡ଼କୁ ମୁହାଁଇଛନ୍ତି। ଅପେକ୍ଷାକୃତ କମ୍ ଦର ଯୋଗୁ ୧୮ କ୍ୟାରେଟ୍ ସୁନା ଗହଣା ଏବଂ ହୀରା ଗହଣାର ଏକ ନୂଆ ଟ୍ରେଣ୍ଡ୍ ତିଆରି ହୋଇଛି। ଏ ବର୍ଷ ବିକ୍ରିରେ ପ୍ରାୟ ୧୦% ଅଭିବୃଦ୍ଧି ଘଟିଥିବା ଜଣାପଡ଼ିଛି। ଗତବର୍ଷ ଅକ୍ଷୟ ତୃତୀୟାରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ଦର ଥିଲା ପ୍ରାୟ ପାଖାପାଖି ୯୦ ହଜାର ଟଙ୍କା ରହିଥିଲା। ଏ ବର୍ଷ ଏହା ଲକ୍ଷେ ୪୨ ହଜାର ଟଙ୍କା ଉପରେ । ଅର୍ଥାତ୍ ବର୍ଷକରେ ଦର ପାଖାପଖି ୬୦% ବଢ଼ିଯାଇଛି । ୨୪ କ୍ୟାରେଟ୍ ସୁନା ଦର ଏବେ ଲକ୍ଷେ ୫୫ ହଜାର ଉପରେ। ତେଣୁ ସାଧାରଣ ଲୋକେ ହାଲୁକା ଗହଣା କିଣି ଅକ୍ଷୟ ତୃତୀୟା ପରମ୍ପରାକୁ ବଜାୟ ରଖିଛନ୍ତି ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ