ଭାରତୀୟ ଜାତୀୟ ସିନେ ଏକାଡେମୀ ପୁରସ୍କାର ହାତେଇଲା ବୋଉ ବୁଟୁ ଭୂତ

ପୁଣି ଆଉ ଏକ ବଡ଼ ସଫଳତା ସାଉଁଟିଲା ବୋଉ ବୁଟୁ ଭୂତ । ବୋଉ ବୁଟୁ ଭୂତ ଭାରତୀୟ ଜାତୀୟ ସିନେ ଏକାଡେମୀ ପୁରସ୍କାର ହାତେଇଲା । ଏହି ଚଳଚ୍ଚିତ୍ର ଗତ ବର୍ଷ ରଜ ଅବସରରେ ସିନେମା ହଲରେ ରିଲିଜ ହୋଇଥିବା ହରର୍ -କମେଡି ଫିଲ୍ମ ମାତ୍ର ୨୮ ଦିନ ମଧ୍ୟରେ ବକ୍ସ ଅଫିସରେ ୧୫ କୋଟିର କଲେକ୍ସନ୍ କରିଥିଲା ।

ଚଳିତ ବର୍ଷ ଏପ୍ରିଲ ୧୬ରେ ମୁମ୍ବାଇରେ ଭାରତୀୟ ଜାତୀୟ ସିନେ ଏକାଡେମୀ (INCA) ଆଓ୍ବାର୍ଡ ଶୋ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ଯକ୍ରମରେ ବିଭିନ୍ନ ଇଣ୍ଡଷ୍ଟ୍ରୀର ନାମୀଦାମୀ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ତଥା ବିଶିଷ୍ଟ ଗାୟକ ଗାୟିକା ସାମିଲ ହୋଇଥିଲେ । ସାଉଥ୍ ସୁପରଷ୍ଟାର ରାଣା ଡଗୁବତୀ, ଫିଲ୍ମ ନିର୍ମାତା କରଣ ଜୋହର ଏହି ଆଓ୍ବାର୍ଡ ଶୋ ହୋଷ୍ଟ୍ କରିଥିଲେ । ଏହି ଅବସରରେ ବାବୁଶାନ୍ ଫିଲ୍ମସ୍ ବ୍ଯାନର୍ ତଳେ ତିଆରି କରାଯାଇଥିବା ଓଡିଆ ଫିଲ୍ମ ବୋଉ ବୁଟୁ ଭୂତକୁ ଶ୍ରେଷ୍ଠ ଓଡିଆ ଫିଲ୍ମ କ୍ୟାଟାଗୋରୀରେ ପୁରସ୍କାର ହାତେଇଥିଲା । କରଣ ଏନେଇ ଘୋଷଣା କରିବା ପରେ ପ୍ରାଯୋଜିକା ତଥା ଓଲିଉଡ ସୁପରଷ୍ଟାର ବାବୁଶାନ ଏବଂ ଧର୍ମପତ୍ନୀ ତୃପ୍ତୀ ଏହି ପୁରସ୍କାର ଗ୍ରହଣ କରି ବଡ଼ ସଫଳତା ପାଇଁ ସଭିଁଙ୍କୁ ଧନ୍ଯବାଦ ଜଣାଇଥିଲେ ।

ଏହାପରେ ଓଡ଼ିଆ ଇଣ୍ଡଷ୍ଟ୍ରୀରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବାବୁଶାନ ଖାଲି ଓଡ଼ିଶାବାସୀଙ୍କର ନୁହେଁ ବରଂ ଦେଶବାସୀଙ୍କର ମନ ଜିଣିବାରେ ସଫଳ ହୋଇଥିଲେ । ଯାହାର ଉଦାହରଣ ହେଉଛି ଭାରତୀୟ ଜାତୀୟ ସିନେ ଏକାଡେମୀରେ ବାବୁ ଶ୍ରେଷ୍ଠ ଓଡ଼ିଆ ଅଭିନେତା ଭାବେ ପୁରସ୍କାର ଜିତିବା ।

ବାସ୍ ଏତିକି ନଥିଲା…ଓଡ଼ିଶାର ଚୁଲ୍ବୁଲି ତଥା ଲୋକପ୍ରିୟ ନାୟିକା ଅର୍ଚ୍ଚିତା ସାହୁଙ୍କୁ ମଧ୍ୟ ଶ୍ରେଷ୍ଠ ଓଡ଼ିଆ ଅଭିନେତ୍ରୀ ଭାବେ ପୁରସ୍କୃତ କରାଯାଇଥିଲା । ଏଥି ସହିତ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସବ୍ଯସାଚ୍ଚୀ ମହାପାତ୍ର ଏବଂ କୁମାର ସି.ଦେବ ମହାପାତ୍ର ଏହି ସମ୍ମାନ ପାଇଛନ୍ତି । ସତରେ ଏହି ଖବର ସାରା ଓଡ଼ିଶା ପାଇଁ ବେଶ୍ ଗର୍ବ ଆଣି ଦେଇଛି । ଆପଣଙ୍କୁ କହି ରଖୁଛୁ ଯେ ବୋଉ ବୁଟୁ ଭତ ପାଇଁ ବାବୁଶାନ୍ ମହାନ୍ତି ଏବଂ ଅର୍ଚ୍ଚିତା ସାହୁଙ୍କୁ ଏହି ଶ୍ରେଷ୍ଠ ଓଡ଼ିଆ କଳାକାର ଭାବେ ପୁରସ୍କୃତ କରାଯାଇଛି ।

Leave a comment