ଭାରତ-ରୁଷ ଦ୍ବିପାକ୍ଷିକ ସମ୍ପର୍କରେ ଯୋଡ଼ିହେବ ଆଉ ଏକ ନୂଆ ଫର୍ଦ୍ଦ,ଭାରତରୁ ରୁଷକୁ ଗଡ଼ିବ ଟ୍ରେନ

ଭାରତ-ରୁଷ ଦ୍ବିପାକ୍ଷିକ ସମ୍ପର୍କରେ ଯୋଡ଼ିହେବ ଆଉ ଏକ ନୂଆ ଫର୍ଦ୍ଦ। ଦୁଇଦେଶ ନିଜ ଭାଗୀଦାରିକୁ ଆହୁରି ମଜଭୁତ କରିବା ଲାଗି ବଡ଼ ଯୋଜନା ହାତକୁ ନେଇପାରନ୍ତି। ରିପୋର୍ଟ ଅନୁସାରେ,ଭାରତ ସହ ସିଧାସଳଖ ରେଳ ଲିଙ୍କ ନିର୍ମାଣ ଲାଗି ପ୍ରସ୍ତାବ ରଖିଛି ରୁଷ। ଏହାଦ୍ୱାରା ଦୁଇଦେଶ ମଧ୍ୟରେ ରେଳ ଚଳାଚଳ ହୋଇପାରିବ।

ରୁଷର ଉପ ପ୍ରଧାନମନ୍ତ୍ରୀ ମରାତ ଖୁସନୁଲିନ ଏହି ପ୍ରସ୍ତାବ ରଖିଛନ୍ତି। ଦେଶର ଗଣମାଧ୍ୟମ ଏଜେନ୍ସିଟାସ୍କୁ ଦେଇଥିବା ସାକ୍ଷାତକାରରେ ସେ ଭାରତ ମହାସାଗର ପର୍ଯ୍ୟନ୍ତ ଏକ ରେଳ ରୁଟ୍ ନିର୍ମାଣର ସମ୍ଭାବନା ଖୋଜିବା ଉଚିତ ବୋଲି ଦର୍ଶାଇଛନ୍ତି। ତାଙ୍କ ଅନୁସାରେ,ବୈକଳ୍ପିକ ରେଳ ନେଟୱର୍କ ଗଠନ ହେବା ଦ୍ବାରା ବର୍ତ୍ତମାନର ସାମୁଦ୍ରିକ ମାର୍ଗ ଉପରେ ନିର୍ଭରଶୀଳତା କମାଯାଇ ପାରିବ । ବିଶେଷକରି ତୁର୍କୀର ଜଳମାର୍ଗ ବୋସଫୋରସ ଏବଂ ଇରାନ- ଓମାନ କ୍ଷେତ୍ରାଧିକାରରେ ଥିବା ହୋର୍ମୁଜ ପ୍ରଣାଳୀ ଉପରେ ଅଧିକ ନିର୍ଭର କରିବାକୁ ପଡ଼ିବ ନାହିଁ। ଆମେରିକା- ଇରାନ ବିବାଦ ଯୋଗୁ ହୋର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଏହା ଦେଇ ଯାଉଥିବା ଜାହାଜ ଉପରେ ଆକ୍ରମଣ ହେଉଛି। ତେଣୁ ବୈକଳ୍ପିକ ରେଳ ମାର୍ଗ ମହତ୍ତ୍ଵପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ ବୋଲି ରୁଷ ଉପ ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ ମହାସାଗର ପର୍ଯ୍ୟନ୍ତ ରେଳ ସଂଯୋଗ ପ୍ରସ୍ତାବ କେବଳ ଏକ ନୂଆ ବାଣିଜ୍ୟିକ ମାର୍ଗ ଖୋଲିବ ନାହିଁ,ବରଂ ଏହା ଭାରତ ମହାସାଗର ଦେଇ ହେବ। ଏହିରେଳ ସଂଯୋଗ ରୁଷବଡ଼ ରଣନୀତିର ଅଂଶବିଶେଷ ହୋଇପାରେ। ଏହାଦ୍ୱାରା ଦୁଇଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ମଜଭୁତ ହୋଇପାରିବ। ଏହି ପ୍ରସ୍ତାବିତ ପ୍ରକଳ୍ପ ଦ୍ୱାରା କେବଳ ଭାରତ ଓ ରୁଷ ଉପକୃତ ହେବେନାହିଁ,ବରଂ ମଧ୍ଯ ଏସିଆ ଏବଂ ଇରାନ ଭଳି ଦେଶକୁ ନୂଆ ବାଣିଜ୍ୟିକ ସୁଯୋଗ ବି ଉପଲବ୍ଧ ହେବ।ଅନ୍ୟ ପକ୍ଷରେ ଏଭଳି ରେଳ ନେଟୱର୍କ ନିର୍ମାଣ କରିବା ସହଜ ହେବନାହିଁ। ଅନେକ ଦେଶ ଦେଇ ଯିବାକୁ ଥିବା ଏହି ମାର୍ଗ ପାଇଁ ବିପୁଳ ନିବେଶ,ସୁରକ୍ଷା ବ୍ୟବସ୍ଥା ଏବଂ ପୃଥକ ଦେଶ ମଧ୍ୟରେ ଲମ୍ବା ଅବଧିର ସହଯୋଗିତାର ଆବଶ୍ୟକ ପଡ଼ିବବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Leave a comment