ପୁଣିଥରେ ହର୍ମୁଜ୍ ପ୍ରଣାଳୀ ବନ୍ଦ : ୩ଟି ଭାରତୀୟ ସୁପରଟ୍ୟାଙ୍କର୍ ସୁରକ୍ଷିତ ଭାବେ ସେଠାରୁ ବାହାରି ଆସିବାରେ ସଫଳ
ଇରାନ ପୁଣିଥରେ ହର୍ମୁଜ୍ ପ୍ରଣାଳୀ (Strait of Hormuz) କୁ ବନ୍ଦ କରିବାର ମାତ୍ର କିଛି ଘଣ୍ଟା ପୂର୍ବରୁ ୩ଟି ଭାରତୀୟ ସୁପରଟ୍ୟାଙ୍କର୍ ସୁରକ୍ଷିତ ଭାବେ ସେଠାରୁ ବାହାରି ଆସିବାରେ ସଫଳ ହୋଇଛନ୍ତି। ଏହି ଜାହାଜଗୁଡ଼ିକରେ ମୋଟ ୯୪ ଜଣ ଭାରତୀୟ ନାବିକ ଥିବା ବେଳେ ଏହା ବିପୁଳ ପରିମାଣର ଅଶୋଧିତ ତୈଳ ବହନ କରୁଛି।
୧. ୩ଟି ଟ୍ୟାଙ୍କର୍ ଏବଂ ସେମାନଙ୍କର ଗନ୍ତବ୍ୟସ୍ଥଳ
କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏହି ଖବରକୁ ନିଶ୍ଚିତ କରିଛନ୍ତି।
ଏହି ୩ଟି ଟ୍ୟାଙ୍କର୍ ହେଉଛି-‘ଦେଶ ବୈଭବ’, ‘ଦେଶ ବିଭୋର’ଏବଂ’ସନମାର ହେରାଲ୍ଡ’।
ପ୍ରତ୍ୟେକ ଟ୍ୟାଙ୍କରରେ ପ୍ରାୟ ୨,୮୫,୦୦୦ ଟନ୍ ହିସାବରେ ମୋଟ ୮,୬୦,୦୦୦ ଟନ୍ରୁ ଅଧିକ ଅଶୋଧିତ ତୈଳ (Crude oil) ଭାରତକୁ ଆସୁଛି।
ଆସିବେ ଓଡ଼ିଶା ଓ ଗୁଜରାଟ:’ଦେଶ ବୈଭବ’ ଗୁଜରାଟର ଭାଡିନାର ଏବଂ ‘ଦେଶ ବୈଭବ’ ଗୁଜରାଟର ସିକ୍କା ବନ୍ଦରରେ ଆସନ୍ତା ଜୁନ୍ ୨୪ ତାରିଖରେ ପହଞ୍ଚିବ। ସେହିପରି ତୃତୀୟ ଟ୍ୟାଙ୍କର୍ ‘ସନମାର ହେରାଲ୍ଡ’ ଆସନ୍ତାଜୁଲାଇ ୧ ତାରିଖରେ ଓଡ଼ିଶାର ପାରାଦୀପ ବନ୍ଦରରେପହଞ୍ଚିବାର ରହିଛି।
୨. ଇରାନ କାହିଁକି ବନ୍ଦ କଲାହର୍ମୁଜ୍ ପ୍ରଣାଳୀ?
ଲେବାନନ୍ ଉପରେ ଇସ୍ରାଏଲର କ୍ରମାଗତ ଆକ୍ରମଣ ଏବଂ ଆମେରିକାର “ବିଶ୍ୱାସଘାତକତା” କୁ ଦାୟୀ କରି ଇରାନ ଶନିବାର ସନ୍ଧ୍ୟାରେ ପୁଣିଥରେ ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥକୁ ବନ୍ଦ କରିବାକୁ ଘୋଷଣା କରିଛି।
ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଏକ ଅସ୍ଥାୟୀ ଚୁକ୍ତି ପରେ ଚଳିତ ସପ୍ତାହ ଆରମ୍ଭରେ ଏହି ପ୍ରଣାଳୀକୁ ଖୋଲାଯାଇଥିଲା। ଗୁରୁବାର ଦିନ ଆମେରିକା ମଧ୍ୟ ନିଜର ନୌସେନା ଅବରୋଧ ହଟାଇ ଦେଇଥିଲା। କିନ୍ତୁ ଆମେରିକା ନିଜ ପ୍ରତିଶ୍ରୁତି ପାଳନ କରୁନଥିବା ଦର୍ଶାଇ ଇରାନ ପୁଣିଥରେ କଟକଣା ଲଗାଇଛି।
୩. ପର୍ସିଆନ୍ ଉପସାଗରରେ ଏବେ ବି ରହିଛନ୍ତି ୧୦ଟି ଭାରତୀୟ ଜାହାଜ
ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ହୋରମୁଜ୍ ପ୍ରଣାଳୀର ପଶ୍ଚିମ ପାର୍ଶ୍ୱରେ ଥିବା ପର୍ସିଆନ୍ ଉପସାଗରରେ (Persian Gulf) ବର୍ତ୍ତମାନ ସୁଦ୍ଧା ଅନ୍ୟ ୧୦ଟି ଭାରତୀୟ ଜାହାଜ ଫସି ରହିଛନ୍ତି।
୪. ସୁଇଜରଲ୍ୟାଣ୍ଡରେ ହେବ ବୈଷୟିକ ଆଲୋଚନା
କଟକଣା ଲଗାଇବା ସତ୍ତ୍ୱେ ଇରାନର ଏକ ପ୍ରତିନିଧି ଦଳ ଆମେରିକା ଏବଂ ଅନ୍ୟ ମଧ୍ୟସ୍ଥିଙ୍କ ସହ ଆଲୋଚନା କରିବା ପାଇଁ ସୁଇଜରଲ୍ୟାଣ୍ଡ ଗସ୍ତ କରିଛି।
ପାକିସ୍ତାନ ଓ କାତାରର ମଧ୍ୟସ୍ଥତାରେ ରବିବାରଠାରୁ ବର୍ଗେନଷ୍ଟକ୍ ଠାରେ ଉଭୟ ଦେଶ ମଧ୍ୟରେ ବୈଷୟିକ ସ୍ତରୀୟ ଆଲୋଚନା ଆରମ୍ଭ ହେବ। ତେବେ ଇରାନ ସ୍ପଷ୍ଟ କରିଛି ଯେ, ଯଦି ଆମେରିକା ନିଜର ପ୍ରତିଶ୍ରୁତି ପାଳନ ନକରେ, ତେବେ ଏହି ଆପୋଷ ବୁଝାମଣା ସମ୍ପୂର୍ଣ୍ଣ ରୂପେ ବାତିଲ୍ ହୋଇପାରେ।