ମାଡ଼ିଆସୁଛି ଭୀଷଣ ବାତ୍ୟା ‘ମୁରାସୁ’,୩ ନଭେମ୍ବର ସକାଳେ ଆନ୍ଧ୍ର ଉପକୂଳ ଛୁଇଁବ ଭୀଷଣ ବାତ୍ୟା

ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ବାତ୍ୟା । ମାଡ଼ିଆସୁଛି ଭୀଷଣ ବାତ୍ୟା ‘ମୁରାସୁ’ । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ଗଭୀର ଅବପାତରୁ ବାତ୍ୟାର ରୂପ ନେଇଛି । ଆଗକୁ ଭୀଷଣ ବାତ୍ୟାର ରୂପନେବା ସମ୍ଭାବନା । ୩ ନଭେମ୍ବର ସକାଳେ ଆନ୍ଧ୍ର ଉପକୂଳ ଛୁଇଁବ ଭୀଷଣ ବାତ୍ୟା ।

ସୂଚନାଯୋଗ୍ୟ ଆଜି ବାତ୍ୟା ଓ ଆସନ୍ତାକାଲି ଭୀଷଣବାତ୍ୟା ସମ୍ଭାବନା ରହିଛି । ୩ତାରିଖ ସକାଳ ବେଳକୁ ଏହା ଦକ୍ଷିଣଆନ୍ଧ୍ର ପ୍ରଦେଶ ଉପକୂଳକୁ ଭୀଷଣ ବାତ୍ୟା ଭାବେ ଘଣ୍ଟା ପ୍ରତି ପବନ ବେଗ ୧୦୦ ରୁ ୧୧୦କିମି ଝଟକା ପବନ ୧୨୦କିମି ବୋହିପାରେ । ଏହାସହ ନେଲୁର ଏବଂ ନାରସାପୁର ମଧ୍ୟରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି।ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ପାଣିପାଗ ବ୍ୟବସ୍ଥାର ପ୍ରଭାବ ମୁଖ୍ୟତଃ ଆନ୍ଧ୍ରପ୍ରଦେଶ ଉପକୂଳରେ ପଡ଼ିପାରେ । ବିଶେଷ କରି ଦକ୍ଷିଣ ଓ କେନ୍ଦ୍ରୀୟ ଆନ୍ଧ୍ରପ୍ରଦେଶରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ସାମ୍ନାକୁ ଆସିଥିବା ପାଣିପାଗ ମଡେଲଗୁଡ଼ିକର ଟ୍ରାକ୍ ଅନୁସାରେ ସମ୍ଭାବ୍ୟ ପାଣିପାଗ ବ୍ୟବସ୍ଥା ବଙ୍ଗୋପସାଗରରୁ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରିପାରେ । ତେବେ ଏହାର ଗତିପଥ ଓ ସ୍ଥଳଭାଗରେ ପ୍ରଭାବକୁ ନେଇ ବିଭିନ୍ନ ମଡେଲ ମଧ୍ୟରେ ଭିନ୍ନତା ରହିଛି । ତେଣୁ କେଉଁ ଅଞ୍ଚଳରେ ସର୍ବାଧିକ ପ୍ରଭାବ ପଡ଼ିବ, ତାହା ପରବର୍ତ୍ତୀ ପାଣିପାଗ ଅପଡେଟ୍ ରେ ଅଧିକ ସ୍ପଷ୍ଟ ହେବ ।

Leave a comment