ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବା ପାଇଁ ଭାରତୀୟ ଦଳ ଶ୍ରୀଲଙ୍କାରେ ପହଞ୍ଚିଛି
ଟେଷ୍ଟ ସିରିଜ ଖେଳିବା ପାଇଁ ଭାରତୀୟ ଦଳ ଶ୍ରୀଲଙ୍କାରେ ପହଞ୍ଚିଛି । ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ପାଇଁ କଲମ୍ବୋରେ ପହଞ୍ଚିଛି ଭାରତୀୟ କ୍ରିକେଟ୍ ଦଳ । ଅଗଷ୍ଟ ୧୫ରୁ ପ୍ରଥମ ଟେଷ୍ଟ ଆରମ୍ଭ ହେବ । ଦ୍ୱିତୀୟ ଟେଷ୍ଟ ଅଗଷ୍ଟ ୨୩ରୁ ଖେଳାଯିବ । ଏହି ଶୃଙ୍ଖଳା ୨୦୨୫-୨୭ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ ।
ଟିମ୍ ସହ ନେଟ୍ ବୋଲରମାନେ ମଧ୍ୟ ଶ୍ରୀଲଙ୍କା ଗସ୍ତ କରିଛନ୍ତି । ଶୁବମନ ଗିଲଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଦୁଇଟି ଟେଷ୍ଟ ସିରିଜ ଖେଳିବା ପାଇଁ ଶ୍ରୀଲଙ୍କାରେ ପହଞ୍ଚିଛି । ବିଶ୍ବ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ଟେବୁଲରେ ଭାରତ ପଞ୍ଚମ ଓ ଶ୍ରୀଲଙ୍କା ଷଷ୍ଠ ସ୍ଥାନରେ ଥିବାରୁ ଉଭୟ ଦଳ ପାଇଁ ଏହି ସିରିଜ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ ।
ଭାରତୀୟ ଟିମରେ ଯଶସ୍ୱୀ ଜୈସୱାଲ, ରିଷଭ ପନ୍ତ, ସାଇ ସୁଦର୍ଶନ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଭଳି ଖେଳାଳି ରହିଛନ୍ତି । ଜସପ୍ରୀତ ବୁମରାଙ୍କ ବଦଳରେ ଜମ୍ମୁ କଶ୍ମୀର ପାଇଁ ଖେଳିଥିବା ଆକିବ ନବିଙ୍କୁ ଦଳରେ ସାମିଲ କରାଯାଇଛି । ତେବେ ଗିଲଙ୍କ ଟିମ୍ ସହିତ ଷ୍ଟାର ଓପନର ସାଇ ସୁଦର୍ଶନ ଶ୍ରୀଲଙ୍କା ଟୁର୍ କରିନାହାନ୍ତି । ସାଇ ସୁଦର୍ଶନଙ୍କ ରିପ୍ଲେସମେଣ୍ଟ କିଏ ହେବ ତାହା ଚିନ୍ତାର କାରଣ ହୋଇଛି ।
ସେପଟେ ଧନଞ୍ଜୟ ଡି. ସିଲଭାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ନିଜ ସ୍ପିନ୍ ଆଟାକ ଓ ଘରୋଇ ପିଚ୍ ର ସୁବିଧାକୁ ଭରସା କରି ଭାରତକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ରହିଛି । ୨୦୧୭ ପରେ ଏହା ଭାରତର ପ୍ରଥମ ଟେଷ୍ଟ ଗସ୍ତ । ବିଶ୍ୱ ଟେଷ୍ଟ ଚାମ୍ପିଅପସିପ୍ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହିଥିବା ଭାରତ ପାଇଁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ବେଶ୍ ଗୁରୁତ୍ୱପୂର୍ଣ୍ଣ ।
ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ । ଅଗଷ୍ଟ ୭ରେ ୪ ଦିନିଆ ୱାର୍ମ ଅପ୍ ମ୍ୟାଚ୍ ଖେଳିବ । ପ୍ରଥମ ଟେଷ୍ଟ ଅଗଷ୍ଟ ୧୫ରୁ ୧୯ ତାରିଖରେ ଗାଲେରେ ଖେଳାଯିବ । ଦ୍ୱିତୀୟ ଟେଷ୍ଟ କଲମ୍ବୋରେ ଅଗଷ୍ଟ ୨୩ରୁ ୨୭ ଯାଏଁ ଚାଲିବ ।
ଟିମ୍ ଇଣ୍ଡିଆ : ଶୁବମନ ଗିଲ (ଅଧିନାୟକ), ରିଷଭ ପନ୍ତ (ଉପ ଅଧିନାୟକ), ଯଶସ୍ୱୀ ଜୟସୱାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଧ୍ରୁଭ ଜୁରେଲ, ଦେବଦତ୍ତ ପାଡ଼ିକଲ, ମାନବ ସୂତାର, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଗୁରନୁର ବ୍ରାର, ସାରାଂଶ ଜୈନ ।