୨୦୨୨ ବର୍ଷର ଶେଷ ସୂର୍ଯ୍ୟପରାଗ ଆଜି
ବର୍ଷର ଶେଷ ସୂର୍ଯ୍ୟପରାଗ ଆଜି ଲାଗୁଛି। ଆଜିର ସୂର୍ଯ୍ୟପରାଗର ସୂତକ କାଳ ସକାଳ ୦୩.୧୭ ରୁ ଆରମ୍ଭ ହୋଇଛି। ସୂର୍ଯ୍ୟପରାଗର ସମାପ୍ତି ସହିତ ସୂତକ କାଳ ଶେଷ ହେବ। ସୂର୍ଯ୍ୟପରାଗ ପାଇଁ ସମସ୍ତ ମନ୍ଦିର ଦ୍ବାର ବନ୍ଦ ଅଛି । ସୂର୍ଯ୍ୟପରାଗ ସରିଲେ ମନ୍ଦିର ପୂଜା ଆରମ୍ଭ ହେବ । ସୂର୍ଯ୍ୟପରାଗ ପାଇଁ ଘରେ ରୋଷେଇ ମଧ୍ୟ ବନ୍ଦ ରହିଛି । ଅନେକ ଏହି ପ୍ରର୍ଥାକୁ ମାନୁଥିବା ବେଳେ କିଛି ଲୋକ ମଧ୍ୟ ଏହା ପାଳନ କରୁନଥିବା ଦେଖାଯାଉଛି ।
ଆଜି ସୂର୍ଯ୍ୟପରାଗର ପ୍ରାରମ୍ଭ ଅପରାହ୍ନ ୦୪:୪୦ ରୁ ଆରମ୍ଭ ହୋଇ ସନ୍ଧ୍ୟା ୦୫:୨୪ ରେ ଶେଷ ହେବ। ସ୍ଥାନ ଆଧାରରେ ଏହାର ପ୍ରାରମ୍ଭ ଏବଂ ସମାପନ ସମୟରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ଧାର୍ମିକ ମାନ୍ୟତା ଅନୁଯାୟୀ, ସୂର୍ଯ୍ୟପରାଗର ସୂତକ ସମୟ ୧୨ ଘଣ୍ଟା କିମ୍ବା ୯ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥାଏ। ସୂର୍ଯ୍ୟପରାଗର ସୂତକ ସମୟ ପରାଗ ସମୟର ୧୨ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିବାବେଳେ ଚନ୍ଦ୍ରଗ୍ରହଣର ୦୯ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥାଏ। ସୂତକ କାଳକୁ ଅଶୁଭ ସମୟ ଭାବରେ ବିବେଚନା କରାଯାଏ, ଯେଉଁଥିରେ କୌଣସି ଶୁଭ କାର୍ଯ୍ୟ କରାଯାଇ ନଥାଏ।