ନବ ଦାସଙ୍କ ମୃତ୍ୟୁ ଆକ୍ସିଡେଣ୍ଟାଲ ଡେଥ୍ ନୁହେଁ :ନରସିଂହ

 ଭୁବନେଶ୍ୱର:  ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର । ଏହି ହତ୍ୟା ହଠାତ୍ ହୋଇନି କି ଏହା ଆକ୍ସିଡେଣ୍ଟାଲ ଡେଥ ନୁହେଁ ବୋଲି ସେ ସିଧା ସିଧା କହିଛନ୍ତି । ଏହା ପଛରେ ବହୁ ଦିନର ଷଡ଼ଯନ୍ତ୍ର ରହିଥିବା କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ତେବେ ଗୁଳି ବାଜିବା ପରେ ନବ ଦାସଙ୍କ ମୃତ୍ୟୁ ଘଟଣା ସ୍ଥଳରେ ହିଁ ହୋଇଥିଲା ବୋଲି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ।
ରାଜ୍ୟରେ ଆଇନର ଶାସନ ନୁହେଁ ବରଂ ଜଙ୍ଗଲୀ ଶାସନ ଚାଲିଛି ବୋଲି ନରସିଂହ କହିଛନ୍ତି । ନବ ଦାସଙ୍କ ହତ୍ୟାକାଣ୍ଡରେ ତଦନ୍ତକାରୀ ସଂସ୍ଥା ଉପରେ ଲୋକଙ୍କ ସନ୍ଦେହ ବଢୁଛି । ତଦନ୍ତକାରୀ ସଂସ୍ଥା ପ୍ରେସମିଟ ଜରିଆରେ ଲୋକଙ୍କ ସମ୍ପୂର୍ଣ୍ଣ ତଥ୍ୟ ଦେବା ଦରକାର ବୋଲି ସେ କହିଛନ୍ତି । ନବ ଦାସଙ୍କ ହତ୍ୟାକାଣ୍ଡ ନେଇ ପୋଲିସ ଡିଜି ଏବଂ କ୍ରାଇମବ୍ରାଞ୍ଚ ମୁହଁ ଖୋଲୁନଥିବା ବେଳେ ରାଜ୍ୟରେ ଡିଜି ନଥିବା ଭଳି ମନେ ହେଉଛି ବୋଲି ସେ କହିଛନ୍ତି ।