କଂଗ୍ରେସର ନବନିର୍ବାଚିତ ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କଲେ ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: କଂଗ୍ରେସର ନବନିର୍ବାଚିତ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି । ଆଜି ସକାଳେ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଆସିବା ପରେ ବରିଷ୍ଠ ନେତାମାନଙ୍କ ଗହଣରେ ଦଳର ମୁଖ୍ୟକାର୍ଯ୍ୟାଳୟରେ ପଦ ସମ୍ବାଳିଛନ୍ତି ଖଡଗେ  ।

ପଦଭାର ସମ୍ଭାଳିବା ପୂର୍ବରୁ କଂଗ୍ରେସ ମୁଖ୍ୟ ଅଫିସରେ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଛନ୍ତି ଖଡ଼ଗେ । ୮୦ ବର୍ଷୀୟ ଖଡଗେ ଅକ୍ଟୋବର ୧୭ରେ ପାର୍ଟିର ଅନୁଷ୍ଠିତ ନିର୍ବାଚନରେ ନିଜର ପ୍ରତିଦ୍ଵନ୍ଦ୍ଵୀ ଶଶି ଥରୁରଙ୍କୁ ହରାଇଥିଲେ । ପୂର୍ବତନ ସଭାପତି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଙ୍କ ସହ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ।