ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ମାମଲାରେ ଜାମିନ ଆବେଦନ ଶୁଣାଣି ଶେଷ

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ମାମଲାକୁ ନେଇ ଏବେ ସାରା ଓଡ଼ିଶାରେ ଚର୍ଚା । ଅର୍ଚ୍ଚନାର ଜାମିନ ଆବେଦନ ଶୁଣାଣି ଶେଷ ହୋଇଛି । ବେଲ ମିଳିବ କି ଜେଲରେ ରହିବେ ଅର୍ଚନା ତାକୁ ନେଇ ଆଲୋଚନା ଚାଲିଛି । ଶାସକ ଦଳର ମୁଖ୍ୟା ଖୋଲିଯିବ ବୋଳି ବିରୋଧୀ ଅଭିଯୋଗ କରୁଥିବା ବେଳେ ତଦନ୍ତ ହେଲେ ଅନେକ କିଛି ରହସ୍ୟ ଉପରୁ ପରଦା ହଟିବ ବୋଲି ବିଜେପି ଏବଂ କଂଗ୍ରେସ ନେତା ଅଭିଯୋଗ କରିଛନ୍ତି । ଓକିଲଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଲେ କୋର୍ଟ । ଅର୍ଚ୍ଚନା ବିରୋଧରେ ଲାଗିଥିବା ଦଫା ପ୍ରଯୁଜ୍ୟ ନୁହେଁ ବୋଲି ଯୁକ୍ତି ରଖିଲେ ଅର୍ଚ୍ଚନାଙ୍କ ଓକିଲ । ଅର୍ଚ୍ଚନା ବିରୋଧରେ ଲାଗିଛି 16ଟି ସଙ୍ଗୀନ ଦଫା । ତେବେ ତାଙ୍କୁ ବେଲ ମିଳିବ କି ନାହିଁ ତାହା ଜଣାପଡିନାହିଁ ।

ଭୁବନେଶ୍ବର ଏସଡିଜେଏମ କୋର୍ଟରେ ଜାମିନ ପାଇଁ ଆବେଦନ ହୋଇଥିଲା । ଜାମିନ ଆବେଦନର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ । ପୂର୍ବରୁ ଭିସି ଜରିଆରେ ନିଜ ଓକିଲଙ୍କୁ ଚିହ୍ନାଇଥିଲା ଅର୍ଚ୍ଚନା ।