କୋଲେଷ୍ଟ୍ରଲ୍ ନିୟନ୍ତ୍ରଣ କରେ ଧନିଆ

ସାଧାରଣତଃ ଧନିଆକୁ ଆମେ ଆମ ରୋଷେଇରେ ବ୍ୟବହାର କରିଥାଉ । ଧନିଆ ଖାଦ୍ୟର ସ୍ବାଦ ବଢାଇବା ସହିତ ଆମକୁ ସ୍ବାସ୍ଥ୍ୟ ଲାଭ ମଧ୍ୟ ପ୍ରଦାନ କରିଥାଏ । ଧନିଆରେ ଅନେକ ଔଷଧୀୟ ଗୁଣ ଅଛି ଯାହା ଶରୀର ପାଇଁ ଖୁବ୍ ଲାଭଦାୟକ ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଧନିଆରୁ ଭିଟାମିନ୍ ସି, ଏ, କେ, ବି୬, କ୍ୟାଲସିୟମ, ଆଇରନ୍, ମ୍ୟାଗ୍ନେସିୟମ, ଫସଫରସ, ପୋଟାସିୟମ୍, କପର୍, ଜିଙ୍କ୍, ସେଲେସିୟମ୍, ମାଙ୍ଗାନିଜ, ସୋଡିୟମ, ଫୋଲେଟ, ଥିୟାମିନ୍, ନିଆସିନ୍, ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଇମ୍ଫେମେଟେରୀ ଭଳି ଗୁଣ ମିଳିଥାଏ । ଯାହାଫଳରେ ଶରୀରକୁ ଅନେକ ଫାଇଦା ଦେଇଥାଏ । ତେବେ ଆସନ୍ତୁ ଧନିଆ ଖାଇବା ଦ୍ବାରା କେଉଁ ସବୁ ସ୍ବାସ୍ଥ୍ୟ ଲାଭ ମିଳିଥାଏ ସେସମ୍ପର୍କରେ ଜାଣିବା ।

ଡାଇବେଟିସ ନିୟନ୍ତ୍ରଣ କରେ : କିଛି ଘରୋଇ ଉପଚାର ମାଧ୍ୟମରେ ଡାଇବେଟିସ୍ ଭଳି ରୋଗକୁ ନିୟନ୍ତ୍ରଣ କରାଯାଇପାରିବ । ଧନିଆରେ ହାଇପରଗ୍ଲାଇସେମିକ୍ ଆଣ୍ଟି ଇନସ୍ୟୁଲିନ୍ ରିଲିଂ ଏବଂ ଇନସୁଲିନ୍ ଭଳି ପ୍ରଭାବ ରହିଛି । ଯାହା ଶରୀରର ଗ୍ଲୁକୋଜର ସ୍ତରକୁ ନିୟନ୍ତ୍ରଣ କରି ରଖିବାରେ ସାହାଯ୍ୟ କରେ । ଯାହା ଡାଇବେଟିସ୍ ରୋଗୀଙ୍କ ପାଇଁ ବେଷ୍ଟ ହୋଇଥାଏ ।

କୋଲେଷ୍ଟ୍ରଲ୍ ନିୟନ୍ତ୍ରଣ କରେ : ହାଇ କୋଲେଷ୍ଟ୍ରଲ୍ ସ୍ତର ସ୍ୱାସ୍ଥ୍ୟ ପାଇଁ ବିପଦ । ଏହା ହୃଦରୋଗର ଆଶଙ୍କାକୁ ଯଥେଷ୍ଟ ବୃଦ୍ଧି କରିଥାଏ । ଯଦି ଆପଣ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ପାଇଁ ଚାହାଁନ୍ତି ତେବେ ଧନିଆ ବିହନ ବ୍ୟବହାର କରିପାରିବେ । ଯାହା ଆପଣଙ୍କ ପାଇଁ ଫଳପ୍ରଦ ହେବ । ଧନିଆ ବିହନରେ ଧନିଆରିନ୍ ନାମକ ଏକ ଗୁଣ ରହିଛି । ଯାହା ଲିପିଡ୍ ମେଟାବୋଲିଜିମ୍ ନିୟନ୍ତ୍ରଣ କରେ ଏବଂ କୋଲେଷ୍ଟ୍ରଲ୍ ସ୍ତରକୁ ହ୍ରାସ କରେ ।

ପାଚନକ୍ରିୟାକୁ ଉନ୍ନତ କରେ : ଧନିଆ ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର । ଏହା ଏକ ସୁସ୍ଥ ଯକୃତ ବଜାୟ ରଖିବା ସହ ଏହାର କାର୍ଯ୍ୟକୁ ଉନ୍ନତ କରିବାରେ ସାହାଯ୍ୟ କରେ । କେବଳ ଧନିଆ ନୁହେଁ ଏହାର ପାଣି ମଧ୍ୟ ଖୁବ୍ ଉପକାରୀ । ଧନିଆ ବିହନ ପାଣି ବଦହଜମୀ ସମସ୍ୟାରେ ପୀଡିତ ଲୋକଙ୍କ ପାଇଁ ଲାଭଦାୟକ ହୋଇଥାଏ ।

ଚର୍ମ ସମସ୍ୟା ଦୂର କରେ : ଧନିଆ ଚର୍ମ ପାଇଁ ଲାଭଦାୟକ ବୋଲି ସାବ୍ୟସ୍ତ ହୋଇଆସୁଛି । ଯାହା ଏକଜିମା, କୁଣ୍ଡାଇ ହେବ, ପୋଡା ଜଳା ହେବା ଭଳି ଯନ୍ତ୍ରଣାରୁ ଆରାମ ଦେଇଥାଏ । ଏଥିସହିତ ଧନିଆରେ ଆଣ୍ଟି ସେପ୍ଟିକ୍ ଗୁଣ ରହିଛି । ଯାହା ମୁହଁର ଘା ଏବଂ କ୍ଷତକୁ ଭଲ କରିବାରେ ସହାୟକ କରେ ।

କେଶ ପାଇଁ ଲାଭଦାୟକ : ଯଦି ଆପଣଙ୍କ କେଶ ଝଡିବା ଏବଂ କେଶ ଦୁର୍ବଳ ହେଉଛି ତେବେ ଧନିଆ ନିଶ୍ଚୟ ଖାଆନ୍ତୁ । ଯାହା ଆପଣଙ୍କୁ ଫାଇଦା ପ୍ରଦାନ କରିବ । ଧନିଆ ବ୍ୟବହାର କରିବା ଦ୍ବାରା ଏହି ସବୁ ସମସ୍ୟାକୁ ରୋକାଯାଇପାରିବ ।

କିପରି ବ୍ୟବହାର କରିବେ ?

ଆପଣଙ୍କ ପନିପରିବା ଏବଂ ସାଲାଡରେ ସବୁଜ ଧନିଆକୁ ସାମିଲ କରନ୍ତୁ । ଏହା ସହିତ, ଆପଣଙ୍କ ପନିପରିବାରେ ଧନିଆ ପାଉଡର ମଧ୍ୟ ବ୍ୟବହାର କରିପାରିବେ । ସ୍ବାସ୍ଥ୍ୟ ପାଇଁ ଧନିଆ ବିହନ ପାଣି ମଧ୍ୟ ପ୍ରଭାବଶାଳୀ । ରାତିସାରା ୧ ଗ୍ଲାସ ପାଣିରେ ୧ ଚାମଚ ଧନିଆ ବିହନ ଭିଜାଇ ରଖନ୍ତୁ । ଏହି ପାଣିକୁ ସେହିପରି ପିଅନ୍ତୁ କିମ୍ବା ସକାଳେ ଛାଣିବା ପରେ ଟିକେ ଗରମ କରି ପିଅନ୍ତୁ । ଯାହା ଆପଣଙ୍କୁ ଅନେକ ଫାଇଦା ପ୍ରଦାନ କରିବ ।

Leave a comment