Vivo ଲଞ୍ଚ କରିଛି ଏକ ଜବରଦସ୍ତ ପାୱାରଫୁଲ୍ ସ୍ମାର୍ଟଫୋନ୍,ଜାଣନ୍ତୁ ଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ
Vivo ଲଞ୍ଚ କରିଛି ଏକ ଜବରଦସ୍ତ ପାୱାରଫୁଲ୍ ସ୍ମାର୍ଟଫୋନ୍ । ଯାହା ଫିଚର୍ସ ରହିଛି ଦମଦାର୍ । ଜାଣନ୍ତୁ ଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ । Vivo V70 ସିରିଜର ଆଉ ଏକ ଶକ୍ତିଶାଳୀ ଫୋନ୍ ଲଞ୍ଚ ହୋଇଛି । ଯାହାର ନାଁ ହେଉଛି Vivo V70 Lite । ଏହି Vivo ଫୋନକୁ ଗ୍ଲୋବାଲ ମାର୍କେଟରେ ଉପସ୍ଥାପନା କରାଯାଇଛି । କମ୍ପାନୀ ଏହାକୁ UAE ବଜାରରେ ପ୍ରଚଳନ କରିଛି । Vivo 70, Vivo 70 Elite, ଏବଂ Vivo 70 FE ପରେ, Vivo V70 Lite ବଜାରରେ ଏଣ୍ଟ୍ରି କରିଛି । ଏହି ସିରିଜର ଅନ୍ୟ ମଡେଲଗୁଡ଼ିକ ପରି, ଏହି Vivo ଫୋନଟି ମଧ୍ୟ କ୍ୟାମେରା- ସେଣ୍ଟ୍ରିକ୍ ହେବ । ଏହି ମିଡ୍ ବଜେଟ୍ ଫୋନରେ ୬,୫୦୦mAh ବ୍ୟାଟେରୀ ଅଛି । ତେବେ ଆସନ୍ତୁ ଜାଣିବା ଭାରତରେ ଏହି ଫୋନର ମୂଲ୍ୟ କେତେ ହେବ ।
ଫିଚର୍ସ:
ଏହି Vivo ଫୋନଟି ୬.୭୭-ଇଞ୍ଚ FHD+ AMOLED ଡିସ୍ପ୍ଲେ ସହିତ ଆସିଥାଏ । ଏହି ଡିସପ୍ଲେ ୧୨୦Hz ରିଫ୍ରେସ୍ ରେଟକୁ ସପୋର୍ଟ କରେ । ଏହା ସହିତ, ଏହାର ପିକ୍ ବ୍ରାଇଟନେସ୍ ୩,୦୦୦ ନିଟ୍ସ ପର୍ଯ୍ୟନ୍ତ ପହଞ୍ଚିଥାଏ । କମ୍ପାନୀ ଫୋନରେ Q10 Plus ପ୍ୟାନେଲ୍ ବ୍ୟବହାର କରିଛି । ଏହାର ଡିସପ୍ଲେ ରିଜୋଲ୍ୟୁସନ୍ ୨୩୯୨ x ୧୦୮୦ ପିକ୍ସେଲ୍ ।
Vivo V70 Lite 5G MediaTek Dimensity 7400 ଚିପସେଟ୍ ଦ୍ୱାରା ପରିଚାଳିତ, 8GB RAM ଏବଂ 256GB ଷ୍ଟୋରେଜ୍ ରହିଛି । ଏହି Vivo ଫୋନ୍ ଡୁଆଲ୍ 5G SIM କାର୍ଡକୁ ସପୋର୍ଟ କରେ । କନେକ୍ଟିଭିଟି ଅପ୍ସନଗୁଡି ମଧ୍ୟରେ 4G, LTE, WiFi ଏବଂ Bluetooth ସାମିଲ୍ । ଏହି ଫୋନ୍ Android 16 ଉପରେ ବେସ୍ଡ OriginOS ରେ ଚାଲିଥାଏ ।
ଫୋନଟି ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ରହିଛି, ଯେଉଁଥିରେ ୫୦MP ପ୍ରାଇମେରୀ କ୍ୟାମେରା ଏବଂ ୮MP ଅଲ୍ଟ୍ରା-ୱାଇଡ୍-ଏଙ୍ଗଲ୍ କ୍ୟାମେରା ରହିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ୩୨MP ଫ୍ରଣ୍ଟ କ୍ୟାମେରା ଉପଲବ୍ଧ । ଏହି ସ୍ମାର୍ଟଫୋନ୍ ୬,୫୦୦mAh ବ୍ୟାଟେରୀ ଦ୍ୱାରା ପରିଚାଳିତ ଏବଂ ୯୦W ୱାୟାର୍ଡ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ ।
ପ୍ରାଇସ୍:
ଏହି Vivo ଫୋନ୍ ଦୁଇଟି ଷ୍ଟୋରେଜ୍ ଅପ୍ସନରେ ଉପଲବ୍ଧ ଯାହା ହେଉଛି- ୮GB RAM + ୧୨୮GB ଷ୍ଟୋରେଜ୍ ଏବଂ ୮GB RAM + ୨୫୬ GB ଷ୍ଟୋରେଜ୍ । ଏହାର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୨୮,୫୦୦ ଟଙ୍କା ଥିବାବେଳେ ଏହାର ଟପ୍ ଭାରିଆଣ୍ଟର ମୂଲ୍ୟ ୩୩,୭୦୦ ଟଙ୍କା ରହିଛି । ଏହି ଫୋନ୍ ଦୁଇଟି କଲର ଅପ୍ସନରେ ମଧ୍ୟ ଘରକୁ ଆଣିପାରିବେ ଯାହା ହେଉଛି-ବ୍ଲାକ୍ ଏବଂ ଗୋଲଡେନ୍ । ଏହାକୁ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ରୁ କିଣାଯାଇପାରିବ । ଏଥିସହ ଯଦି ଆପଣ ଏକ ଜବରଦସ୍ତ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫୋନଟି ଆପଣମାନଙ୍କ ବେଷ୍ଟ ଅପ୍ସନ ହୋଇପାରିବ ।