ଇଂଲଣ୍ଡ ଏବଂ ଆୟରଲାଣ୍ଡ ଗସ୍ତ ପାଇଁ ଭାରତୀୟ ଟିମରେ ସାମିଲ ଥିବା ମହମ୍ମଦ ସିରାଜ ଆଉଟ୍ , ସିରାଜଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଟି ମିଳିଲା ସ୍ଥାନ
ଇଂଲଣ୍ଡ ଏବଂ ଆୟରଲାଣ୍ଡ ଗସ୍ତ ପାଇଁ ଭାରତୀୟ ଟିମରେ ସାମିଲ ଥିବା ମହମ୍ମଦ ସିରାଜ ଏବେ ଟିମରୁ ବାଦ୍ ପଡିଛନ୍ତି । ୬ ଜୁନରେ ଘୋଷଣାରେ ହୋଇଥିବା ଟିମରେ ମହମ୍ମଦ ସିରାଜଙ୍କ ନାଁ ରହିଥିଲା । କିନ୍ତୁ ଏବେ ତାଙ୍କୁ ଟିମରୁ ବାଦ୍ ଦିଆଯାଇଛି । ସିରାଜଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଟି୨୦ ସ୍କ୍ବାଡରେ ସ୍ଥାନ ମିଳିଛି ।
ସିରାଜ ଟିମରୁ ବାଦ୍ ପଡିବା ପରେ ପ୍ୟାନ୍ସ ପ୍ରଶ୍ନ କରୁଛନ୍ତି । ସିରାଜଙ୍କୁ ଡାକ୍ତର ବିଶ୍ରାମ କରିବା ପାଇଁ ପରାଶର୍ମ ଦେଇଛନ୍ତି । ତେଣୁ ସିରାଜ ସ୍ବାସ୍ଥ୍ୟଗତ ସମସ୍ୟାରେ ସୁଧାର ଆଣିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି । ସେ ଆୟରଲାଣ୍ଡ ଏବଂ ଇଂଲଣ୍ଡ ସିରିଜରୁ ନିଜ ନାମ ଫେରାଇ ନେଇଛନ୍ତି । ମହମ୍ମଦ ସିରାଜଙ୍କ ସ୍ଥାନରେ କର୍ଣ୍ଣାଟକର ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଟିମରେ ସାମିଲ କରାଯାଇଛି । ପ୍ରସିଦ୍ଧ କ୍ରିଷ୍ଣା ଆଇପିଏଲ ୨୦୨୬ରେ ଭଲ ପ୍ରଦର୍ଶନ କରିଥିଲେ । ତେଣୁ ବିସିସିଆଇ ସିରାଜଙ୍କ ସ୍ଥାନରେ ତାଙ୍କୁ ଟିମରେ ସାମିଲ କରିଛି ।
ଭାରତୀୟ ଟି୨୦ ଦଳ : ଶ୍ରେୟସ ଆୟର ଅଧିନାୟକ, ଅଭିଷେକ ଶର୍ମା, ସଂଜୁ ସାମସନ, ଈଶାନ କିଶନ, ଶିବମ ଦୁବେ, ତିଳକ ବର୍ମା (ଉପ ଅଧିନାୟକ), ନୀତିଶ ରେଡ୍ଡୀ, ଅକ୍ଷର ପଟେଲ, ୱାଂଶିଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂ, ରବି ବିଷ୍ଣୋଇ, ପ୍ରିନ୍ସ ଯାଦବ, ବୈଭବ ସୂର୍ଯ୍ୟବଂଶୀ ।