Tecno ଭାରତରେ ଲଞ୍ଚ୍ କରିଛି ନୂଆ Pova 8 Pro 5G,ଗେମିଂ ପରଫର୍ମାନ୍ସକୁ ଆହୁରି ଭଲ କରିବା ପାଇଁ ଏଥିରେ ରହିଛି Tecno P1 ଚିପ୍

Tecno ଭାରତରେ ଲଞ୍ଚ୍ କରିଛି ନୂଆ Pova 8 Pro 5G । Pova ସିରିଜରେ ଏହା ପୂର୍ବରୁ ଲଞ୍ଚ୍ ହୋଇଥିବା Pova 8 5G ସହିତ ଆଉ ଏକ ପାୱାରଫୁଲ୍ ଅପ୍ସନ୍ ଭାବେ ସାମିଲ ହୋଇଛି ।ଏହି ଫୋନରେ ମିଳୁଛି MediaTek Dimensity 7400 Ultimate ଚିପସେଟ୍ । ଏହା ସହିତ ରହିଛି 12 ଜିବି ପର୍ଯ୍ୟନ୍ତ RAM ଏବଂ 512 ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍ । ଗେମିଂ ପରଫର୍ମାନ୍ସକୁ ଆହୁରି ଭଲ କରିବା ପାଇଁ କମ୍ପାନୀ ଏଥିରେ ଡେଡିକେଟେଡ୍ Tecno P1 ଚିପ୍ ଦେଇଛି । ଏହା ସହିତ ଫୋନରେ ରହିଛି ଭେପର୍ ଚେମ୍ବର୍ କୁଲିଂ ସିଷ୍ଟମ୍, ଯାହା ଗେମିଂ ସମୟରେ ଫୋନର ତାପମାତ୍ରା କଣ୍ଟ୍ରୋଲରେ ରଖିବାରେ ସହାୟକ ହେବ।

ଫୋନର ଡିଜାଇନ୍ ମଧ୍ୟ ଖୁବ୍ ଆକର୍ଷଣୀୟ । ଏହାର ବ୍ୟାକ୍ ପ୍ୟାନେଲରେ ଦିଆଯାଇଛି ଆକ୍ଟିଭ୍ ମ୍ୟାଟ୍ରିକ୍ସ ଡିସ୍ପ୍ଲେ, ଯାହା ଫୋନକୁ ଏକ ଭିନ୍ନ ଲୁକ୍ ଦେଇଥାଏ । ଡିସ୍ପ୍ଲେ ବିଷୟରେ କହିଲେ, Pova 8 Pro 5G ରେ ରହିଛି 6.78 ଇଞ୍ଚ୍‌ର AMOLED ଡିସ୍ପ୍ଲେ । ଏଥିରେ କମ୍ପାନୀର HyperLux ଟେକ୍ନୋଲୋଜି ଦିଆଯାଇଛି । ଡିସ୍ପ୍ଲେ 144Hz ରିଫ୍ରେସ୍ ରେଟ୍ ଏବଂ 4,500 ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ସପୋର୍ଟ କରେ ।

ଏହି ଫୋନରେ IP69K ରେଟିଂ ମଧ୍ୟ ମିଳୁଛି । ଅର୍ଥାତ୍ ଧୂଳି ଏବଂ ପାଣିରୁ ଫୋନକୁ ଭଲ ସୁରକ୍ଷା ମିଳିବ । କ୍ୟାମେରା ବିଭାଗକୁ ଆସିଲେ, ଫୋନର ପଛରେ ରହିଛି ଡୁଆଲ୍ କ୍ୟାମେରା ସେଟଅପ୍ । ଏଥିରେ ରହିଛି 50 ମେଗାପିକ୍ସେଲ୍‌ର ମେନ୍ କ୍ୟାମେରା, ଯାହା OIS ଅର୍ଥାତ୍ ଅପ୍ଟିକାଲ୍ ଇମେଜ୍ ଷ୍ଟେବିଲାଇଜେସନ୍ ସପୋର୍ଟ କରେ । ଏହା ସହିତ 8 ମେଗାପିକ୍ସେଲ୍‌ର ଅଲ୍ଟ୍ରା-ୱାଇଡ୍ କ୍ୟାମେରା ମଧ୍ୟ ରହିଛି । ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ ମିଳୁଛି 13 ମେଗାପିକ୍ସେଲ୍‌ର ଫ୍ରଣ୍ଟ୍ କ୍ୟାମେରା ।

ଫୋନକୁ ପାୱାର୍ ଦେଉଛି ବଡ଼ 6,500mAh ବ୍ୟାଟେରୀ । ଏହା ସହିତ 45W ଫାଷ୍ଟ୍ ଚାର୍ଜିଂ ସପୋର୍ଟ ମିଳୁଛି । କନେକ୍ଟିଭିଟି ପାଇଁ ଏଥିରେ ଡୁଆଲ୍ 5G ସିମ୍, Wi-Fi, Bluetooth ଏବଂ NFC ଭଳି ଫିଚର୍ ରହିଛି । ଫୋନଟି Android 16 ଅପରେଟିଂ ସିଷ୍ଟମ୍‌ରେ ଚାଲିଥାଏ । ଏବେ ଆସନ୍ତୁ ଜାଣିବା ଏହି ଫୋନ୍‌ର ଦାମ୍ ବିଷୟରେ । ଏହି ଜବରଦସ୍ତ ସ୍ମାର୍ଟଫୋନଟି ଦୁଇଟି ଭାରିଆଣ୍ଟରେ ଲଞ୍ଚ ହୋଇଛି, ଯାହା ହେଉଛି 8GB RAM+ 256GB ଷ୍ଟୋରେଜ୍ ଏବଂ 12GB RAM + 512GB ଷ୍ଟୋରେଜ୍ ରହିଛି ।

8GB RAM ଏବଂ 256GB ଷ୍ଟୋରେଜ୍ ଭାରିଆଣ୍ଟ୍‌ର ଦାମ୍ ରହିଛି ୪୯,୯୯୯ ଟଙ୍କା । ସେହିପରି 12GB RAM ଏବଂ 512GB ଷ୍ଟୋରେଜ୍ ଭାରିଆଣ୍ଟ୍‌ର ମୂଲ୍ୟ ୫୪,୯୯୯ ଟଙ୍କା ରହିଛି ।ଏଥିସହ ଆପଣ ଏହି ଫୋନଟିକୁ ତିନୋଟି କଲରରେ ଅପ୍ସନରେ ଘରକୁ ଆଣିପାରିବେ, ଯାହା ହେଉଛି- Arc White, Graphite Black ଏବଂ Tundra Green କଲର । ଆସନ୍ତା ୨୧ ଅଗଷ୍ଟରୁ Flipkart ମାଧ୍ୟମରେ ଏହି ଫୋନର ବିକ୍ରି ଆରମ୍ଭ ହେବ। କମ୍ପାନୀ ପକ୍ଷରୁ ଫୋନ୍ କିଣିବା ଉପରେ ୩,୦୦୦ ଟଙ୍କା ପର୍ଯ୍ୟନ୍ତ ଡିସ୍କାଉଣ୍ଟ୍ ମଧ୍ୟ ଦିଆଯାଉଛି ।

ତେବେ ଦମଦାର ପ୍ରୋସେସର୍, 144Hz AMOLED ଡିସ୍ପ୍ଲେ, ବଡ଼ 6,500mAh ବ୍ୟାଟେରୀ ଏବଂ ଗେମିଂ ଫିଚର୍ ସହିତ Tecno Pova 8 Pro 5G ଭାରତୀୟ ବଜାରରେ କେତେ ଧମାଲ୍ କରୁଛି, ତାହା ଦେଖିବାକୁ ବାକି ରହିଲା ।

Leave a comment