ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚାଲିଥିବା ଚର୍ଚ୍ଚାରେ ଶେଷରେ ବିରାମ,ଏବେ ଦୁହେଁ ଅଲଗା ହେବାର ନାହିଁ
ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚାଲିଥିବା ଚର୍ଚ୍ଚାରେ ଶେଷରେ ବିରାମ ଲାଗିଛି । ଗତ କିଛିଦିନ ହେଲାଣି ଦୁହେଁ ପରସ୍ପରକୁ ନେଇ ବୟାନବାଜି କରୁଥିଲେ । ଏହାରି ଭିତରେ ସୁନୀତା ଆହୁଜା ବାନ୍ଦ୍ରା ଫ୍ୟାମିଲି କୋର୍ଟରେ ନଜର ଆସିଛନ୍ତି । ତାଙ୍କ ସହିତ ପୁଅ ୟଶବର୍ଦ୍ଧନ ଆହୁଜା ମଧ୍ୟ ନଜର ଆସିଛନ୍ତି ।
ସୁନିତା କୋର୍ଟରେ ପହଁଞ୍ଚିବା ପଛର କାରଣ କହିଛନ୍ତି, ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା । ସେ କହିଛନ୍ତି ସୁନିତା ଛାଡପତ୍ର ନେବାକୁ ନୁହେଁ ଛାଡପତ୍ର ଆବେଦନ ଉଠାଇବା ପାଇଁ ଯାଇଥିଲେ । ଏବେ ଦୁହେଁ ଅଲଗା ହେବାର ନାହିଁ । ଆଗରୁ ସେ ଯାହା କହିଥିଲେ ତାହା ତାଙ୍କର ଭାବନା ଥିଲା । ଏବେ ସେ କେସ୍ ଫେରାଇ ନେଇଛନ୍ତି । ମୋତେ ଲାଗୁଛି ସେ ଭଲ ନିଷ୍ପତ୍ତି ନେଇଛନ୍ତି । ମୋତେ କେବଳ ଏହା ଦୁଃଖ ଯେ, ଏହି ମାମଲା ଖୁବ୍ ସାର୍ବଜନୀନ ହେଲା ଆଉ ବର୍ଷେ ଦୁଇ ବର୍ଷ ମିଡିଆରେ ଚର୍ଚ୍ଚା ଚାଲିଲା ।
ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଗୋବିନ୍ଦା-ସୁନୀତାଙ୍କ ଛାଡପତ୍ର ଖବର ଚର୍ଚ୍ଚାରେ ରହିଥିଲା । ନିକଟରେ ସୁନୀତା ଲକଅପ୍-୨ରେ ଦେଖାଯାଇଥିଲେ । ଶୋ’ରୁ ତାଙ୍କୁ ଫେରାଇ ନେବା ପାଇଁ ଗୋବିନ୍ଦ ଆସିଥିଲେ । ଗତ କିଛିଦିନ ହେଲାଣି ଦୁହେଁ ସୋସିଆଲ ମିଡିଆରେ ଅଭିଯୋଗ କରାକରି ହେଉଥିଲେ । ତେଣୁ ଏହାକୁ ନେଇ ଛାଡପତ୍ର ଆକଳନ କରାଯାଇଥିଲା ।
ଗୋବିନ୍ଦା ଏବଂ ସୁନୀତାଙ୍କ ବିବାହ ୧୯୮୭ରେ ହୋଇଥିଲା । ତାଙ୍କର ଦୁଇଟି ପିଲା ଟିନା ଏବଂ ୟଶବର୍ଦ୍ଧନ ରହିଛନ୍ତି । କିଛି ମିଡିଆ ରିପୋର୍ଟ ମୁତାବକ, ୨୦୨୪ରେ ବାନ୍ଦ୍ରା ଫ୍ୟାମିଲି କୋର୍ଟରେ ଛାତ୍ରପତ୍ର ମାମଲା ରୁଜୁ ହୋଇଥିଲା ।