ଭାରତୀୟ ବଜାରରେ Redmi 17 5G ଲଞ୍ଚ , ବଡ଼ ବ୍ୟାଟେରୀ ସହିତ ଏଥିରେ ଅନେକ ଦମଦାର ଫିଚର୍ସ

ଚୀନର ସ୍ମାର୍ଟଫୋନ୍ କମ୍ପାନୀ Redmi ଭାରତୀୟ ବଜାରରେ ଆଉ ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । କମ୍ପାନୀ ନିକଟରେ ଏହି ଫୋନକୁ ଗ୍ଲୋବାଲ୍ ମାର୍କେଟରେ ମଧ୍ୟ ଲଞ୍ଚ କରିଥିଲା । ଭାରତରେ ଲଞ୍ଚ ହୋଇଥିବା ଏହି ଫୋନର ନାମ ହେଉଛି Redmi 17 5G । ବଡ଼ ବ୍ୟାଟେରୀ ସହିତ ଏଥିରେ ଅନେକ ଦମଦାର ଫିଚର୍ସ ଦିଆଯାଇଛି । ଫୋନରେ ରହିଛି 6.9 ଇଞ୍ଚର HD+ ଡିସପ୍ଲେ । ଏହାର ରେଜଲୁସନ୍ 720 x 1600 ପିକ୍ସେଲ୍ । ଡିସପ୍ଲେରେ 120Hz ରିଫ୍ରେଶ୍ ରେଟ୍ ରହିଥିବା ବେଳେ, ଏହା 825 ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ସପୋର୍ଟ କରେ। ଡିସପ୍ଲେକୁ ସୁରକ୍ଷା ଦେବା ପାଇଁ ଏଥିରେ Corning Gorilla Glass 7i ଦିଆଯାଇଛି ।

ପରଫର୍ମାନ୍ସ ପାଇଁ Redmi 17 5Gରେ Qualcomm Snapdragon 4 Gen 5 ଚିପସେଟ୍ ଦିଆଯାଇଛି । ଏହା ସହିତ 8GB ପର୍ଯ୍ୟନ୍ତ RAM ଏବଂ 128GB ପର୍ଯ୍ୟନ୍ତ ଷ୍ଟୋରେଜ୍ ମିଳିବ । ଫୋନର ଷ୍ଟୋରେଜକୁ ମାଇକ୍ରୋSD କାର୍ଡ ମାଧ୍ୟମରେ 2TB ପର୍ଯ୍ୟନ୍ତ ଏକ୍ସପାଣ୍ଡ କରାଯାଇପାରିବ। ଏହି ଫୋନରେ IP64 ରେଟିଂ ମଧ୍ୟ ରହିଛି । ଅର୍ଥାତ୍ ଧୂଳି ଏବଂ ପାଣି ପଡ଼ିଲେ ମଧ୍ୟ କିଛି ଖରାପ ହେବ ନାହିଁ ।

କ୍ୟାମେରା ବିଷୟରେ କହିବାକୁ ଗଲେ, ଫୋନର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ରହିଛି । ଏଥିରେ ୫୦ ମେଗାପିକ୍ସେଲ୍ର ମେନ୍ କ୍ୟାମେରା ସହିତ ଆଉ ଏକ ସେକେଣ୍ଡାରୀ କ୍ୟାମେରା ଦିଆଯାଇଛି । ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ ଫୋନରେ ୮ ମେଗାପିକ୍ସେଲ୍ର ଫ୍ରଣ୍ଟ କ୍ୟାମେରା ମିଳିବ ।

ସଫ୍ଟୱେର୍ କଥା କହିଲେ, ଏହି ଫୋନ୍ Android 16 ଉପରେ ବେସ୍ଡ HyperOS 3ରେ ଚାଲିବ । ଫୋନର ସବୁଠାରୁ ବଡ଼ ଖାସିୟତ ହେଉଛି ଏହାର ବ୍ୟାଟେରୀ । Redmi 17 5Gରେ ୭୯୦୦mAhର ବଡ଼ ବ୍ୟାଟେରୀ ଦିଆଯାଇଛି । ଏହା ସହିତ 45W ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ରହିଛି । କନେକ୍ଟିଭିଟି ପାଇଁ ଫୋନରେ ଡୁଆଲ୍ 5G ସିମ୍, Wi-Fi, NFC, Bluetooth, USB Type-C ଏବଂ 3.5mm ଅଡିଓ ଜ୍ୟାକ୍ ଭଳି ଫିଚର୍ସ ମିଳିବ ।

ଭାରତରେ ଏହି 5G ଫୋନକୁ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟରେ ଲଞ୍ଚ କରାଯାଇଛି, ଯାହା ହେଉଛି- 6GB RAM + 128GB ଷ୍ଟୋରେଜ୍ ଏବଂ 8GB RAM + 128GB ଷ୍ଟୋରେଜ୍ ଭାରିଆଣ୍ଟ ରହିଛି । ଫୋନର ମୂଳ ଦାମ ୩୯,୯୯୯ ଟଙ୍କା ରଖାଯାଇଛି । ଏହାର ଟପ୍ ଭାରିଆଣ୍ଟର ଦାମ ହେଉଛି ୪୧,୯୯୯ ଟଙ୍କା । ତେବେ ଭାରତରେ ଏହି ଫୋନକୁ ଡିସକାଉଣ୍ଟେଡ୍ ପ୍ରାଇସରେ ବିକ୍ରି କରାଯିବ । 6GB RAM ଭାରିଆଣ୍ଟର ଦାମ ୨୩,୯୯୯ ଟଙ୍କା ରହିବ । ସେହିପରି 8GB RAM ଭାରିଆଣ୍ଟ ୨୬,୯୯୯ ଟଙ୍କାରେ ମିଳିବ ।

କଲର କଥା କହିଲେ, ଫୋନଟି Absolute Black, Endless Blue ଏବଂ Eternal Orange ଏହି ତିନୋଟି କଲର୍ ଅପ୍ସନ୍ରେ ଉପଲବ୍ଧ ହେବ । ଏହି ଫୋନର ପ୍ରଥମ ବିକ୍ରି ୧୦ ସେପ୍ଟେମ୍ବରରୁ ଆରମ୍ଭ ହେବ । ଗ୍ରାହକମାନେ ଏହାକୁ Amazon India ଏବଂ Mi.com ମାଧ୍ୟମରେ କିଣିପାରିବେ । ଏଥିସହ ଯଦି ଆପଣ ମଧ୍ୟ ଏହିପରି ଏକ ପାୱାରଫୁଲ୍ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ Redmi ର ଏହି ଫୋନଟି ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।

Leave a comment