ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ

ସ୍ଥାନୀୟ ଲକ୍ଷ୍ମୀସାଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆଶ୍ରମ ପରିସରରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି l ଶ୍ରୀକୃଷ୍ଣଙ୍କ ଦିବ୍ୟ ଗୁଣକୁ ଜୀବନରେ ଆପଣାଇବା ପାଇଁ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ପ୍ରେରଣା ଦିଆଯାଇଥିଲା। ବିଶେଷକରି ସର୍ବଗୁଣ ସମ୍ପନ୍ନ, ୧୬ କଳା ପରିପୂର୍ଣ୍ଣ, ସମ୍ପୂର୍ଣ୍ଣ ନିର୍ବିକାରୀ, ମର୍ଯ୍ୟାଦା ପୁରୁଷୋତ୍ତମ ଏବଂ ଅହିଂସା ପରମ ଧର୍ମ ଭଳି ଦିବ୍ୟ ଚରିତ୍ର ଗଠନ ସହ ସତ୍ୟଯୁଗ ଆଗମନର ଆନନ୍ଦମୟ ଦୁନିଆ ନିର୍ମାଣର ଶୁଭ ବାର୍ତ୍ତା ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହି ପ୍ରଭୁ ଶ୍ରୀକୃଷ୍ଣଙ୍କ ମହିମା ଗାନ କରିବା ସହ ଆଧ୍ୟାତ୍ମିକ ଚିନ୍ତନ କରିଥିଲେ। ଭଗବାନ ଶ୍ରୀକୃଷ୍ଣଙ୍କ ଆଦର୍ଶ ଜୀବନଶୈଳୀ ଓ ଶ୍ରୀମଦ୍ଭଗବଦ୍‌ଗୀତାର ଶାଶ୍ୱତ ଜ୍ଞାନ ଉପରେ ଆଲୋକପାତ କରାଯାଇ ସାମୂହିକ ରାଜଯୋଗ ଧ୍ୟାନ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।

Leave a comment