ବିଶ୍ୱ ବଜାରରେ 8000mAh ବ୍ୟାଟେରୀ ସହିତ ଆଉ ଏକ ଶସ୍ତା ଫୋନ୍ ଲଞ୍ଚ କରିଛି Realme,ଆସନ୍ତୁ ଜାଣିବା ଫିଚର୍ସ
ଏକ ଶସ୍ତା ଫୋନ୍ ଲଞ୍ଚ କରିଛି Realme ର ଜବରଦସ୍ତ ସ୍ମାର୍ଟଫୋନ୍ । ବିଶ୍ୱ ବଜାରରେ 8000mAh ବ୍ୟାଟେରୀ ସହିତ ଆଉ ଏକ ଶସ୍ତା ଫୋନ୍ ଲଞ୍ଚ କରିଛି । ଏହି Realme P ସିରିଜ୍ ଫୋନଟି IP64 ରେଟିଂପ୍ରାପ୍ତ, ଏହାକୁ ୱାଟର ଏବଂ ଡଷ୍ଟ ରେସିଷ୍ଟାନ୍ସ କରିଥାଏ । ଏହି ସ୍ମାର୍ଟଫୋନ୍ ଭାରତରେ ଲଞ୍ଚ ହୋଇଥିବା Realme P4x 5G ର ଏକ ଟୋନ୍-ଡାଉନ୍ ଭାରିଆଣ୍ଟ, ଅର୍ଥାତ୍ ଏହା 4G ନେଟୱାର୍କକୁ ସପୋର୍ଟ କରେ ।
ଫିଚର୍ସ:
ଏହି Realme ସ୍ମାର୍ଟଫୋନଟି ୬.୮ ଇଞ୍ଚ HD+ ଡିସପ୍ଲେ ସହିତ ଆସିଛି । କମ୍ପାନୀ 720 x 1570 ପିକ୍ସେଲ୍ ରିଜୋଲ୍ୟୁସନ୍ ସହିତ ଏକ LCD ଡିସ୍ପ୍ଲେ ପ୍ୟାନେଲ୍ ପ୍ରଦାନ କରିଛି । ଏହି ଡିସ୍ପ୍ଲେ 120Hz ରିଫ୍ରେସ୍ ରେଟକୁ ସପୋର୍ଟ କରେ । ଏହା ସହିତ, ଏହି ଡିସପ୍ଲେର ପିକ୍ ବ୍ରାଇଟନେସ୍ 700 ନିଟ୍ ପର୍ଯ୍ୟନ୍ତ ରହିଛି । ଏହା କର୍ଣ୍ଣିଂ ଗରିଲା ଗ୍ଲାସ୍ ଦ୍ୱାରା ସୁରକ୍ଷିତ ।
ଏହି ଚାଇନିଜ୍ ଫୋନଟି Unisoc T7250 ଚିପସେଟ୍ ଦ୍ୱାରା ପରିଚାଳିତ। ଏଥିରେ 4GB RAM ଏବଂ 256GB ପର୍ଯ୍ୟନ୍ତ ଷ୍ଟୋରେଜ୍ ରହିଛି । ଫୋନର ଷ୍ଟୋରେଜକୁ microSD କାର୍ଡ ମାଧ୍ୟମରେ ଏକ୍ସପାଣ୍ଡ କରାଯାଇପାରିବ। ଫୋନର ବ୍ୟାକରେ କ୍ୟାମେରାରେ 50MP ପ୍ରାଇମେରୀ କ୍ୟାମେରା ଏବଂ ଏକ ସେକେଣ୍ଡାରୀ କ୍ୟାମେରା ରହିଛି । ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ 5MP ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ।
ଏହି ଶସ୍ତା ଫୋନରେ ସାଇଡ୍ ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର ଏବଂ ଫେସ୍ ଅନଲକ୍ ଫିଚର୍ସ ରହିଛି । କନେକ୍ଟିଭିଟି ଅପ୍ସନଗୁଡ଼ିକ ମଧ୍ୟରେ ୱାଇଫାଇ, ବ୍ଲୁଟୁଥ୍ 5.2 ଏବଂ USB ଟାଇପ୍-ସି ସାମିଲ । ଏଥିରେ 3.5mm ଅଡିଓ ଜ୍ୟାକ୍ ମଧ୍ୟ ରହିଛି । ଏହି ସ୍ମାର୍ଟଫୋନରେ 45W ଫାଷ୍ଟ ଚାର୍ଜିଂ ସହିତ 8,000mAh ବ୍ୟାଟେରୀ ରହିଛି । ଭାରତରେ ଲଞ୍ଚ ହୋଇଥିବା 5G ଭାରିଆଣ୍ଟରେ 7,000mAh ବ୍ୟାଟେରୀ ରହିଛି ।
ପ୍ରାଇସ୍:
Realme ଏହି ଫୋନଟିକୁ ମାଲେସିଆରେ ଲଞ୍ଚ କରିଛି । ଏହାର ମୂଲ୍ୟ ପ୍ରାୟ ୧୮,୦୦୦ ଟଙ୍କା ରହିଛି । ଏହା ଗୋଟିଏ ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ, ଯାହା ହେଉଛି 4GB RAM + 256GB ଷ୍ଟୋରେଜ୍ । ଏହି ଫୋନଟି Rally White ଏବଂ Phantom Blue କଲରରେ ଉପଲବ୍ଧ।
କମ୍ପାନୀ ଗତ ବର୍ଷ ଡିସେମ୍ବରରେ ଭାରତରେ Realme P4x 5G ଲଞ୍ଚ କରିଥିଲା । ଏହାର ମୂଲ୍ୟ ୧୪,୪୯୯ ରୁ ଆରମ୍ଭ ହୋଇଥିଲା ଏବଂ ଭାରତରେ 6GB RAM ଏବଂ 128GB ଷ୍ଟୋରେଜ୍ ସହିତ ପ୍ରଦାନ କରାଯାଇଥିଲା । ଏଥିସହ ଯଦି ଆପଣ କମ୍ ଦାମରେ ଏକ ଜବରଦସ୍ତ ସ୍ମାର୍ଟଫୋନ୍ କିଣିବା ପାଇଁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫୋନଟି ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରେ ।