ଦୀପାବଳି ଅବସରରେ ଜିଓ ଗ୍ରାହକଙ୍କୁ ବଡ଼ ଉପହାର,ମାତ୍ର ୧୫ ଟଙ୍କାରେ ମିଳିବ ୧ ଜିବି ଡାଟା,ଆଜିଠାରୁ ଗ୍ରାହକ ଏହି ପ୍ଲାନର ଲାଭ ଉଠାଇପାରିବେ
ଦୀପାବଳି ଅବସରରେ ଜିଓ ଗ୍ରାହକଙ୍କୁ ବଡ଼ ଉପହାର । ମାତ୍ର ୧୫ ଟଙ୍କାରେ ମିଳିବ ୧ ଜିବି ଡାଟା । ନିଜ ଗ୍ରାହକଙ୍କ ପାଇଁ ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଲଞ୍ଚ୍ କରିଛି ଏହି ନୂଆ ଡାଟା ଆଡ୍-ଅନ୍ ପ୍ଲାନ୍ । ନଭେମ୍ବର ୫ ତାରିଖ ଅର୍ଥାତ୍ ଆଜିଠାରୁ ଗ୍ରାହକ ଏହି ପ୍ଲାନର ଲାଭ ଉଠାଇପାରିବେ ।
ଜିଓର ଏହି ନୂଆ ୧୫ ଟଙ୍କିଆ ପ୍ଲାନରେ ରହିଛି ୧ ଜିବି ହାଇସ୍ପିଡ୍ ଡାଟା ସୁବିଧା । ଏହି ପ୍ୟାକର ଭାଲିଡି ରହିଛି ୨୪ ଘଣ୍ଟା । ଅର୍ଥାତ୍ ଆପଣଙ୍କ ନିୟମିତ ରିଚାର୍ଜ ପ୍ଲାନର ଡାଟା ଶେଷ ହୋଇଗଲେ, ଏହି ପ୍ୟାକ୍ ରିଚାର୍ଜ କରି ଇଣ୍ଟରନେଟ୍ ବ୍ୟବହାର କରିପାରିବେ । ଏହି ପ୍ଲାନରେ 4K ଭିଡିଓ ଷ୍ଟ୍ରିମିଂ, ଅନଲାଇନ୍ ଗେମିଂ ଏବଂ ବଡ଼ ଫାଇଲ୍ ଡାଉନଲୋଡ୍ ଭଳି ସୁବିଧା ମିଳିବ । ଏହା ସହିତ ମୋବାଇଲ୍ ହଟସ୍ପଟ ଜରିଆରେ ଲାପଟପ୍ ଓ ଟାବଲେଟରେ ମଧ୍ୟ ଇଣ୍ଟରନେଟ୍ ବ୍ୟବହାର କରିହେବ ।
କମ୍ପାନୀ ଏହି ପ୍ୟାକରେ ଏକ୍ସଟ୍ରା ୨୦୦ mb 4G ଡାଟା ଏବଂ ଅନଲିମିଟେଡ୍ 5G ଡାଟାର ସୁବିଧା ମଧ୍ୟ ଦେଉଥିବା ଦାବି କରାଯାଇଛି । ତେବେ ଅନଲିମିଟେଡ୍ 5G ଡାଟା ପାଇଁ ଗ୍ରାହକଙ୍କ ପାଖରେ 5G ସ୍ମାର୍ଟଫୋନ୍ ଓ ଜିଓ 5G ନେଟୱର୍କର ସୁବିଧା ରହିବା ଆବଶ୍ୟକ । ସେପଟେ TRAI ଅନୁସାରେ ଜିଓ ପୂର୍ବରୁ ୧୪୭, ୧୭୭, ୧୯୬ ଏବଂ ୧୯୭ ଟଙ୍କିଆ ଶସ୍ତା ରିଚାର୍ଜ ପ୍ଲାନ୍ ମଧ୍ୟ ଆଣିଛି । ୧୪୭ ଟଙ୍କିଆ ପ୍ଲାନରେ ୨୨ ଦିନ, ୧୭୭ ଟଙ୍କିଆ ପ୍ଲାନରେ ୨୮ ଦିନ, ୧୯୬ ଟଙ୍କିଆ ପ୍ଲାନରେ ୩୦ ଦିନ ଏବଂ ୧୯୭ ଟଙ୍କିଆ ପ୍ଲାନରେ ଗୋଟିଏ କ୍ୟାଲେଣ୍ଡର ମାସର ଭାଲିଡିଟି ମିଳୁଛି ।
ଏହି ପ୍ଲାନଗୁଡ଼ିକରେ ଅନଲିମିଟେଡ୍ ଭଏସ୍ କଲିଂ ସହ ୩୦୦ଟି ଫ୍ରି SMS ସୁବିଧା ରହିଛି । କିନ୍ତୁ ଏଥିରେ ଡାଟା ମିଳୁନାହିଁ । ତେଣୁ ଗ୍ରାହକ ଏହି ପ୍ଲାନ୍ ସହିତ ୧୫ ଟଙ୍କିଆ ଡାଟା ପ୍ୟାକ୍ ରିଚାର୍ଜ କରି ଇଣ୍ଟରନେଟ୍ ସୁବିଧା ପାଇପାରିବେ । ତେବେ ମାତ୍ର ୧୫ ଟଙ୍କାରେ ଜିଓର ଏହି ନୂଆ ଡାଟା ପ୍ୟାକ୍ ଗ୍ରାହକଙ୍କ ପାଇଁ କେତେ ଲାଭଦାୟକ ହେବ, ତାହା ଆଗାମୀ ଦିନରେ ଜଣାପଡ଼ିବ ।