ଫୁଟବଲ ଜଗତର ମହାନ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା
ଫୁଟବଲ ଜଗତର ମହାନ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି । ୪୧ ବର୍ଷୀୟ ପର୍ତ୍ତୁଗାଲ ଷ୍ଟାର ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ଏହି ସୂଚନା ଦେଇଛନ୍ତି । ନଭେମ୍ବର ଅନ୍ତର୍ଜାତୀୟ ବ୍ରେକ୍ ପରେ ୭ ନମ୍ବର ଜର୍ସି ଛାଡ଼ିବେ ବୋଲି କହିଛନ୍ତି ।
୨୩୪ଟି ମ୍ୟାଚରେ ୧୪୬ଟି ଗୋଲ୍ କରି ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲରେ ସର୍ବାଧିକ ଗୋଲ୍ ସ୍କୋରର ଏବଂ ସର୍ବାଧିକ ମ୍ୟାଚ୍ ଖେଳିଥିବା ପୁରୁଷ ଖେଳାଳି ଭାବେ ଜଣାଶୁଣା । ନିଜର ଭିଡିଓ ବାର୍ତ୍ତାରେ ରୋନାଲ୍ଡୋ କହିଛନ୍ତି, ପର୍ତ୍ତୁଗାଲର ୭ ନମ୍ବର ଜର୍ସି କେବଳ ତାଙ୍କର ନଥିଲା, ବରଂ ଏହା ସମଗ୍ର ଦେଶର ଆଶା ଓ ସ୍ୱପ୍ନର ପ୍ରତୀକ ଥିଲା । ଗତ ୨୩ ବର୍ଷ ଧରି ଏହି ଜର୍ସି ପିନ୍ଧିବା, ଏହାର ସମ୍ମାନ ରକ୍ଷା କରିବା ଏବଂ ବିଶ୍ୱର ବିଭିନ୍ନ ଷ୍ଟାଡିୟମରେ ଦେଶର ପ୍ରତିନିଧିତ୍ୱ କରିବା ତାଙ୍କ ପାଇଁ ଗର୍ବ ଓ ଦାୟିତ୍ୱର ବିଷୟ ଥିଲା ।
ରୋନାଲ୍ଡୋଙ୍କ ନେତୃତ୍ୱରେ ପର୍ତ୍ତୁଗାଲ ୨୦୧୬ରେ ୟୁରୋ କପ୍ ଟାଇଟଲ ଜିତି ଐତିହାସିକ ସଫଳତା ହାସଲ କରିଥିଲା । ଏହାବ୍ୟତୀତ ଦଳ ଦୁଇଥର UEFA ନେସନ୍ସ ଲିଗ୍ ଟ୍ରଫି ମଧ୍ୟ ଜିତିଛି । ରୋନାଲ୍ଡୋଙ୍କ ଅନ୍ତର୍ଜାତୀୟ କ୍ୟାରିୟର ୨୩୪ଟି ମ୍ୟାଚ୍ ଓ ୧୪୬ଟି ଗୋଲର ରେକର୍ଡ ସହ ଶେଷ ହେବ