୭୯୯ ଟଙ୍କାରେ କିଣନ୍ତୁ ଏହି ଫୋନ

Jio ପୁଣିଥରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କମ୍ପାନୀ ଏକ 4G ଫିଚର୍ ଫୋନ୍ ଲଞ୍ଚ କରିଛି । ଏହି ଫିଚର୍ ଫୋନ୍ Jio Bharat ସିରିଜ୍ ରେ ଉପସ୍ଥାପନ କରାଯାଇଛି । କମ୍ପାନୀ ଏହି ସିରିଜ୍ ରେ ଅନେକ ଫିଚର୍ ଫୋନ୍ ବଜାରରେ ପ୍ରଚଳନ କରିସାରିଛି । ଏହି ନୂଆ ଫିଚର୍ ଫୋନ୍ Jio Bharat V4 ନାମରେ ଉପସ୍ଥାପନ କରାଯାଇଛି, ଯାହା ଅନେକ ଫିଚର୍ ସହିତ ଲେସ୍ । ଏଥିରେ ଆପଣ ଏକ ସ୍ମାର୍ଟଫୋନ୍ ର ଫିଚର୍ସ ମଧ୍ୟ ପାଇପାରିବେ । ଏହି ଆପ୍ ବିଷୟରେ ବିଶେଷ କଥା ହେଉଛି ଯେ ଆପଣ ଏହାକୁ ଆପଣଙ୍କ ସ୍ମାର୍ଟଫୋନ୍ ରୁ କଣ୍ଟ୍ରୋଲ୍ କରିପାରିବେ । ଏହା ଫୋନର ଲୋକେସନ୍, ବ୍ୟାଟେରୀ ପରସେଣ୍ଟଜ୍ ମନିଟରିଂ କରିବା ଏବଂ କଲ୍ ବ୍ଲକ୍ କରିବାର ସୁବିଧା ମଧ୍ୟ ପ୍ରଦାନ କରେ ।

ଫିଚର୍ସ:
Jio ର ଏହି ଶସ୍ତା ଫିଚର ଫୋନର ମୂଲ୍ୟ ମାତ୍ର ୭୯୯ ଟଙ୍କା । ଏହାର ଫିଚର୍ସଗୁଡ଼ିକ ମଧ୍ୟରେ UPI ଟ୍ରାନ୍ସଫର, ଲାଇଭ୍ ଟିଭି ଚ୍ୟାନେଲ ସହିତ ଏଣ୍ଟରଟେନମେଣ୍ଟର ମଧ୍ୟ ସୁବିଧା ପାଇପାରିବେ । ଏହି ଫୋନରେ ୮୦ ମିଲିୟନରୁ ଅଧିକ ଗୀତର ଆକ୍ସେସ୍ ପ୍ରଦାନ କରେ । ଏହା ଦୁଇଟି କଲର ଅପ୍ସନରେ ଉପଲବ୍ଧ ଯାହା ହେଉଛି- ବ୍ଲାକ୍ ଏବଂ ବ୍ଲୁ । ଆପଣ ଏହାକୁ Jio ଷ୍ଟୋର ଏବଂ ଇ-କମର୍ସ ୱେବସାଇଟ୍ ରୁ କିଣିପାରିବେ ।

Jio Bharat V4 4G ଫୋନରେ ଏକ ସେଫ୍ଟି ସିଲ୍ଡ ଦିଆଯାଇଛି, ଯାହା ସାହାଯ୍ୟରେ ଆପଣ ଫୋନକୁ ସ୍ମାର୍ଟଫୋନ୍ ସହ କନେକ୍ଟ କରିପୋରିବେ । ଏଥିପାଇଁ ଆପଣଙ୍କ ସ୍ମାର୍ଟଫୋନରେ Jio Things ଆପ୍ ଇନଷ୍ଟଲ୍ କରିବାକୁ ପଡିବ । ଏହି ଆପ୍ ଆପଣଙ୍କୁ ଆପଣଙ୍କ ଫିଚର ଫୋନର ଲୋକେସନ ଟ୍ରାକ୍ କରିବାକୁ ଏବଂ ଏହାର ଆପ୍ସ ଏବଂ କଲ୍ ମ୍ୟାନେଜ୍ କରିପାରିବେ । Jio Things ଆପର ଖାସ୍ କଥା ହେଉଛି ଏହା ଆପଣଙ୍କୁ ଆପଣଙ୍କ ଫିଚର ଫୋନରେ ଅଜଣା କଲ୍ ଏବଂ ନମ୍ବରଗୁଡ଼ିକୁ ବ୍ଲକ୍ କରିପାରିବ ।

ଏହି ଶସ୍ତା Jio ଫୋନଟି ବିଶେଷ ଭାବରେ ପିଲା ଏବଂ ବୟସ୍କଙ୍କ ପାଇଁ ଲଞ୍ଚ କରାଯାଇଛି । ଏହା ସହିତ, ଏହା 4G କୁ ଅପଗ୍ରେଡ୍ କରୁଥିବା ନୂଆ ୟୁଜର୍ସଙ୍କ ପାଇଁ ମଧ୍ୟ ବେଷ୍ଟ। ଏହି ଫୋନଟି Jio Hotstar ଏବଂ Jio TV ଆପ୍ ମାଧ୍ୟମରେ ଭିଡିଓ ଏବଂ ୩୭୫ ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲର ଆକ୍ସେସ୍ ପ୍ରଦାନ କରେ । ଏହି କିପ୍ୟାଡ୍ ଫୋନଟି ୮୦ ମିଲିୟନରୁ ଅଧିକ ଗୀତର ଆକ୍ସେସ୍ ପ୍ରଦାନ କରେ । ଏଥିରେ Jio Pay UPI ଆପ୍ ମଧ୍ୟ ଦିଆଯାଇଛି, ଯାହା ସାହାଯ୍ୟରେ ଆପଣ UPI ପେମେଣ୍ଟ କରିପାରିବେ । ଏଥିସହ ଯଦି ଆପଣ କମ୍ ବଜେଟରେ ଏଗ ଜବରଦସ୍ତ କିପ୍ୟାଡ୍ ଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫୋନଟି ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।

Leave a comment