ୟୁଜର୍ସଙ୍କୁ ଶସ୍ତା ୮୪ ଦିନିଆ ପ୍ଲାନ୍ ପ୍ରଦାନ କରିବ ଜିଓ
ରିଲାଏନ୍ସ ଜିଓର ପୋର୍ଟଫୋଲିଓରେ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ବ୍ୟବହାରକାରୀଙ୍କ ପାଇଁ ଅନେକ ଶସ୍ତା ପ୍ଲାନ୍ ସାମିଲ କରିଛି । ଏହି ପ୍ଲାନଗୁଡ଼ିକ ଅନଲିମିଟେଡ କଲିଂ ସମେତ ଅନେକ ସୁବିଧା ପ୍ରଦାନ କରେ । ଦେଶର ସର୍ବବୃହତ ଟେଲିକମ୍ କମ୍ପାନୀ ସବୁଠାରୁ ଶସ୍ତା ୮୪ ଦିନିଆ ପ୍ଲାନ୍ ପ୍ରଦାନ କରେ । ଯାହା କମ୍ ମୂଲ୍ୟରେ ୟୁଜର୍ସଙ୍କୁ ୧୨ ସପ୍ତାହର କଲିଂ ସୁବିଧା ପ୍ରଦାନ କରେ ।
ଗତ ବର୍ଷ TRAI ର ନିର୍ଦ୍ଦେଶ ପରେ ଟେଲିକମ୍ କମ୍ପାନୀଗୁଡ଼ିକ କେବଳ ଭଏସ୍-ଓନ୍ଲି ପ୍ଲାନ୍ ପ୍ରଚଳନ କରିଥିଲେ । ଯାହା ୟୁଜର୍ସଙ୍କୁ କେବଳ କଲ୍ ଏବଂ SMS ସୁବିଧା ପ୍ରଦାନ କରିଥିଲା । ଟେଲିକମ୍ ନିୟାମକଙ୍କ ନିଷ୍ପତ୍ତି ପରେ ଲଞ୍ଚ ହୋଇଥିବା ଏହି ଶସ୍ତା ପ୍ଲାନ୍ ୟୁଜର୍ସଙ୍କୁ ସମ୍ପୂର୍ଣ୍ଣ ୮୪ ଦିନର ଭ୍ୟାଲିଡିଟି ସୁବିଧା ପ୍ରଦାନ କରୁଛି । ୟୁଜର୍ସ ଭାରତରେ ଯେକୌଣସି ସ୍ଥାନରେ କଲ୍ କରିବା ପାଇଁ ଅନଲିମିଟେଡ୍ କଲିଂ ସହିତ ଫ୍ରି ନ୍ୟାସନାଲ ରୋମିଂର ମଧ୍ୟ ଲାଭ ପାଆନ୍ତି । ଏହା ସହିତ କମ୍ପାନୀ ୟୁଜର୍ସଙ୍କୁ ମୋଟ ୧୦୦୦ ପର୍ଯ୍ୟନ୍ତ ଫ୍ରି SMS ମଧ୍ୟ ପ୍ରଦାନ କରୁଛି ।
ଜିଓର ଏହି ପ୍ଲାନରେ ୟୁଜର୍ସଙ୍କୁ ଫ୍ରି OTT ଆପ୍ସ ମଧ୍ୟ ପ୍ରଦାନ କରୁଛି । ଯେଉଁଥିରେ ୟୁଜର୍ସ Jio AI କ୍ଲାଉଡ୍ ଏବଂ Jio TV ଫ୍ରିରେ ମଧ୍ୟ ପାଇପାରିବେ । ଏହି Reliance Jio ପ୍ରିପେଡ୍ ରିଚାର୍ଜ ପ୍ଲାନର ପ୍ରାଇସ ୪୪୮ ଟଙ୍କା । କମ୍ପାନୀ ଏହି ପ୍ଲାନକୁ ନିଜ ୱେବସାଇଟରେ ଏକ ଭ୍ୟାଲ୍ୟୁ ପ୍ଲାନ୍ ଲିଷ୍ଟରେ ରଖିଛି । ଏହି ପ୍ରିପେଡ୍ ପ୍ଲାନ୍ ବିଶେଷ ଭାବରେ ସେହି ୟୁଜର୍ସଙ୍କ ପାଇଁ ଯେଉଁମାନେ ସେମାନଙ୍କର Jio ନମ୍ବରକୁ ଦ୍ୱିତୀୟ SIM ଭାବରେ ବ୍ୟବହାର କରନ୍ତି ଏବଂ କେବେ ନମ୍ବର ବନ୍ଦ ହେବାକୁ ଦିଅନ୍ତି ନାହିଁ ।
ଏହି ପ୍ରିପେଡ୍ ପ୍ଲାନ୍ ସମେତ ଜିଓ ୧୦୨୮ ରେ ୮୪ ଦିନର ଭ୍ୟାଲିଡିଟି ସହିତ ଏକ ରିଚାର୍ଜ ପ୍ଲାନ୍ ମଧ୍ୟ ପ୍ରଦାନ କରେ। ଏହି ପ୍ଲାନ୍ ୟୁଜର୍ସଙ୍କୁ ସମ୍ପୂର୍ଣ୍ଣ ୮୪ ଦିନର ଭ୍ୟାଲିଡିଟି ପ୍ରଦାନ କରେ । ଏଥିରେ ସାରା ଭାରତରେ ଫ୍ରି ଅନଲିମିଟେଡ କଲିଂ ଏବଂ ଫ୍ରି ନ୍ୟାସନାଲ ରୋମିଂ ଭଳି ସୁବିଧା ସାମିଲ ରହିଛି । ଏହା ସହିତ, ୟୁଜର୍ସ ପ୍ରତିଦିନ 2GB ହାଇ-ସ୍ପିଡ୍ ଡାଟା ଏବଂ ୧୦୦ ଟି ଫ୍ରି ମେସେଜର ସୁବିଧା ପାଉଛନ୍ତି । ଏହି ପ୍ଲାନ୍ ଅନଲିମିଟେଡ୍ 5G ଡାଟାର ସୁବିଧା ମଧ୍ୟ ପ୍ରଦାନ କରୁଛି ।