Browsing Tag

#india

ଆଜିର ରାଶିଫଳ

ମେଷ: ପ୍ରାୟ ପ୍ରତ୍ୟେକ କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ମହାକ୍ରମୋ, ମହାକର୍ମା, ମହାତେଜା, ମହୋରଗଃ, ମହାକ୍ରତୁ, ମହାଯଜ୍ଜ୍ବା, ମହାଯଞ୍ଜୋ ଓ ମହାହବିଃ ହୋଇପାରନ୍ତି। ବୃଷ: କ୍ରୋଧର ସ୍ଫୁଲିଙ୍ଗଠାରୁ ଦୂରେଇ ରହିବାକୁ ପଡ଼ିବ। ନିଜେ ନିଜ କାର୍ଯ୍ୟର ସମୀକ୍ଷା କରି…

ରାଜ୍ୟ କ୍ୟାବିନେଟ୍‌ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ରାଜ୍ୟ କ୍ୟାବିନେଟ୍‌ର ୨୮ତମ ବୈଠକରେ ଶୁକ୍ରବାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୧୫ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ…

କାର୍ତ୍ତିକ ମାସ ପରିବା ଦର ଆକାଶଛୁଆଁ, ସେପଟେ ଅବଢ଼ା ଦର ବୃଦ୍ଧି ଯୋଗୁଁ ଶ୍ରଦ୍ଧାଳୁ ଓ ହବିଷ୍ୟାଳି ଅଶାନ୍ତି

ଦୁଇ ଦିନ ପରେ କାର୍ତ୍ତିକ ମାସର ପ୍ରଥମ ସୋମବାର । ଏହି ଧର୍ମର ମାସରେ ମହାପ୍ରସାଦ ଟିକିଏ ପାଇବା ପାଇଁ ଦୂରଦୂରାନ୍ତରୁ ଆସୁଛନ୍ତି ଶ୍ରଦ୍ଧାଳୁ ଓ ହବିଷ୍ୟାଳି । କିନ୍ତୁ ଅବଢ଼ା ଦର ବୃଦ୍ଧି ଯୋଗୁଁ ଦେଖାଦେଇଛି ଅସନ୍ତୋଷ । ପ୍ରଶାସନ ତରଫରୁ ୭ଦିନ ମଧ୍ୟରେ ରେଟ୍ ଚାର୍ଟ ଲଗାଇବାକୁ ନିର୍ଦ୍ଦେଶ ରହିଛି…

ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ

ବ୍ରିଟେନ୍ ପ୍ରଧାନମନ୍ତ୍ରୀ କେୟର୍‌ ଷ୍ଟାର୍ମରଙ୍କ ଭାରତ ଗସ୍ତ  ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସହ ଖଲିସ୍ତାନୀ ଉଗ୍ରବାଦ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି। ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ  ଏବଂ ବ୍ରିଟେନରେ ଭାରତ…

ଭେନେଜୁଏଲାର ବିରୋଧୀ ନେତ୍ରୀ ମାରିଆ କୋରିନା ମାଚାଡୋଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର

ଅନେକ ପ୍ରଚାର କରିବା ସତ୍ତ୍ବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିପାରିନାହିଁ। ଗତ କିଛି ମାସ ହେବ ଅନେକ ଦେଶ ମଧ୍ୟରେ ଯୁଦ୍ଧର ସମାପ୍ତି କରି ଶାନ୍ତି ଆଣିଥିବା ଦାବି କରିଆସୁଥିବା କହୁଥିଲେ ଟ୍ରମ୍ପ। ଏହା ସହ ସେ ହିଁ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ…

କରୱା ଚୌଥ ଉପବାସରେ ବିଶ୍ୱାସ କରନ୍ତି ନାହିଁ ଏହି ସବୁ ଅଭିନେତ୍ରୀ

କରୱା ଚୌଥ ବ୍ରତ ହିନ୍ଦୁ ବିବାହିତମାନଙ୍କ ପାଇଁ ଖୁବ୍ ସ୍ବତନ୍ତ୍ର ହୋଇଥାଏ। ଏହି ଦିନ ସେମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ ଏବଂ ମଙ୍ଗଳ ପାଇଁ ଉପାସ ରହି ବ୍ରତ ରଖନ୍ତି। ଅନେକ ବଲିଉଡ୍ ଅଭିନେତ୍ରୀ ମଧ୍ୟ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ ପାଇଁ ଏହି ଉପବାସ ପାଳନ କରନ୍ତି। ତଥାପି, କିଛି…

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏନ୍‌. ଥିରୁମାଲା ନାଏକଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ନିଯୁକ୍ତ କରାଯାଇଛି। ମାନସୀ ନିମ୍ଭାଲ ଉଠା ଜଳସେଚନ ନିଗମର ଏମ୍‌ଡି ହୋଇଥିବା ବେଳେ ସୁରେନ୍ଦ୍ର କୁମାର ମୀନା ST/SC ବିକାଶ ବିଭାଗର ଅତିରିକ୍ତ ସଚିବ ଓ ଶୁଭଶ୍ରୀ ନନ୍ଦ…

ଫୋର୍ବସ୍‌ ଧନୀ ତାଲିକା ଶୀର୍ଷରେ ମୁକେଶ

ଦେଶରେ ୧୦୦ ବଡ଼ ଧନୀଙ୍କ ସମ୍ପତ୍ତି ଗୋଟିଏ ବର୍ଷ ଭିତରେ ୯ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। ୨୦୨୪ରେ ସେମାନଙ୍କ ମୋଟ୍ ସମ୍ପତ୍ତି ୯୭ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୫ରେ ତାହା ୯ ପ୍ରତିଶତ ହ୍ରାସ ପାଇ ୮୮ ଲକ୍ଷ କୋଟି ଟଙ୍କା ରହିଯାଇଛି ବୋଲି ଫୋର୍ବସ୍‌ ପକ୍ଷରୁ ଜାରି କରାଯାଇଥିବା…

ଆଇସିସି ଦିନିକିଆ ବିଶ୍ବକପ୍‌,3 ଓ୍ବିକେଟରେ ବିଜୟୀ ଦକ୍ଷିଣ ଆଫ୍ରିକା

ଚଳିତ ଆଇସିସି ଦିନିକିଆ ବିଶ୍ବକପ୍‌ରେ ଭାରତକୁ ହ୍ୟାଟ୍ରିକ୍ ବିଜୟରୁ ବଞ୍ଚିତ ରଖିଛି ଦକ୍ଷିଣ ଆଫ୍ରିକା। ଗୁରୁବାର ରାତିରେ ବିଶାଖାପାଟଣାରେ ଅନୁଷ୍ଠିତ ମ୍ୟାଚ୍‌ରେ ରିଚା ଘୋଷଙ୍କ ଲଢ଼ୁଆ ପାଳି କାରଣରୁ ଭାରତ ୨୫୨ ରନ୍ କରିଥିଲା। ଭାରତ ଭଳି ଡେଥ୍ ଓଭରରେ ଲଢ଼ୁଆ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୭…

୧୨ ତାରିଖ ଯାଏଁ ବର୍ଷା

ଉତ୍ତର ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳ ଉପରେ ରହିଥିବା ଉପର ବାୟୁମଣ୍ଡଳ ସ୍ତରୀୟ ଘୂର୍ଣ୍ଣିବଳୟ ଆଜି ଧୀରେ ଧୀରେ ଅସ୍ପଷ୍ଟ ହୋଇଛି। ଅନ୍ୟପଟେ ଦକ୍ଷିଣ ଓଡ଼ିଶାରୁ ମ୍ୟାମ‌ାର୍‌ ଯାଏଁ ଲମ୍ବିଥିବା ଟର୍ଫ ଲାଇନ୍‌ ଦକ୍ଷିଣ ଓଡ଼ିଶାରୁ ଉପକୂଳ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଦେଇ ଗତି କରିଛି। ଏହାର ପ୍ରଭାବରେ…