ପୁରୀ, ୨୧/୦୧: ପୁରୀ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କର ସ୍ୱତନ୍ତ୍ର ‘ବଡ଼ ମହାସ୍ନାନ’ ନୀତି ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ଭିତର କାଠ ନିକଟରେ ଥିବା ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବା ଦେଖିବାକୁ ମିଳିଥିଲା, ଯାହା ଫଳରେ ମନ୍ଦିର ପରିସର ଅଶୁଦ୍ଧ ହୋଇଥିବା ବିବେଚନା କରାଯାଇ ନୀତି ଅନୁଯାୟୀ ଏହି ମହାସ୍ନାନ କରାଯାଉଛି। ସୂଚନା ଅନୁଯାୟୀ, ଆଜି ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ଚାଙ୍ଗେଡ଼ା ଘର ସମ୍ମୁଖରେ ରକ୍ତ ପଡ଼ିଥିବା ଦେଖାଯାଇଥିଲା। ଏହାପରେ ପରମ୍ପରା ମୁତାବକ ମନ୍ଦିର ଶୋଧ କାର୍ଯ୍ୟ ଆରମ୍ଭ ହୋଇଥିଲା। ବଡ଼ ମହାସ୍ନାନ ବିଧି ପାଇଁ ମହାପ୍ରଭୁଙ୍କ ଅନ୍ୟାନ୍ୟ ଦୈନନ୍ଦିନ ନୀତିକାନ୍ତିରେ ସାମାନ୍ୟ ବିଳମ୍ବ ଘଟିଛି। ମହାସ୍ନାନ ନୀତି ଚାଲିଥିବା ଯୋଗୁଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନକୁ କିଛି ସମୟ ପାଇଁ ବନ୍ଦ ରଖାଯାଇଛି। ଭିତର କାଠ ନିକଟରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରାଯିବା ସହ ସମଗ୍ର ଅଞ୍ଚଳକୁ ସଂସ୍କାର କରାଯାଉଛି। ମହାସ୍ନାନ ନୀତି ସମ୍ପୂର୍ଣ୍ଣ ହେବା ପରେ ଏବଂ ପଞ୍ଚାମୃତ ଲାଗି ହେବା ପରେ ଶ୍ରଦ୍ଧାଳୁମାନେ ପୁଣି ଥରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
Trending
- ତାତିରେ ଲାଗିଲା ବ୍ରେକ୍ , ରାଜଧାନୀରେ ସଂଧ୍ୟାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- କଟକ ଓଏମପି ସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ପୋଲିସକୁ ଧାରୁଆ ଅସ୍ତ୍ରରେ ସଂଘବଦ୍ଧ ଭାବେ ଆକ୍ରମଣ,ତିନି ଜଣ ପୋଲିସ କର୍ମଚାରୀ ଆହତ
- ଆସନ୍ତାକାଲି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ , ବିରୋଧୀଙ୍କୁ ମହିଳା ବିରୋଧୀ କହି ନିନ୍ଦା ପ୍ରସ୍ତାବ ଆଣିବେ ଶାସକ ଦଳ
- କେନ୍ଦୁଝରକୁ ୧୩୩୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ
- ଉତ୍ତରପ୍ରଦେଶରେ ୫୯୪ କିମି ଦୀର୍ଘ ଗଙ୍ଗା ଏକ୍ସପ୍ରେସ୍ ୱେକୁ ଉଦଘାଟନ କଲେ ମୋଦି
- କଳାହାଣ୍ଡି ଜିଲ୍ଳାର ବିଭିନ୍ନ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ
- ପ୍ଲାଷ୍ଟିକ୍ ପରିବର୍ତେ କାଗଜ, ପେପରବୋର୍ଡ,ସେଲ୍ୟୁଲୋଜ ଓ ଅନ୍ୟ ଇକୋଫ୍ରେଣ୍ଡଲି ମେଟେରିଆଲ୍ରେ ପ୍ୟାକ୍ ରେ ଆସିବ ଗୁଟକା କିମ୍ବା ପାନ ମସଲା
- ଆସାମର ଏକଜିଟ୍ ପୋଲ୍ ସାମ୍ନାକୁ ଆସିଛି,ବିଜେପି ପୁଣି ଥରେ ସରକାର ଗଢୁଥିବା ଅନେକ ଏକଜିଟ୍ ପୋଲରେ ପୂର୍ବାନୁମାନ
- ଭୋଟ୍ ଦେଉଛି ପଶ୍ଚିମବଙ୍ଗ,ଦ୍ଵିତୀୟ ତଥା ଶେଷ ପର୍ଯ୍ୟାୟରେ ୧୪୨ଟି ଆସନରେ ମତଦାନ ଜାରି
- ଚନ୍ଦନ ଯାତ୍ରାର ନବମ ଦିବସରେ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଚାପ ଖେଳିଲେନି ଠାକୁର