ବିପଦରେ ଗଜରାଜ । ବାରମ୍ବାର ଦନ୍ତାହାତୀଙ୍କୁ ଗୁଳି କରୁଛନ୍ତି ଶିକାରୀ । ଏବେ ପ୍ରାୟତଃ ସବୁ ଜଙ୍ଗଲରେ ଶିକାରୀଙ୍କ ପାଦୁର୍ଭାବ ବଢିଛି । ଯାହାର ପରିଣାମ ହାତୀଙ୍କୁ ଭୋଗିବାକୁ ପଡୁଛି । କେତେବେଳେ ହାତୀଙ୍କୁ ମାରି ଦାନ୍ତ କାଢି ନେଉଛନ୍ତି ଶିକାରୀ, ତ ପୁଣି କେତେବେଳେ ଗୁଳି ଖାଇ ଜଙ୍ଗଲରେ ବୁଲୁଛି ହାତୀ । ଏଇ ଯେମିତି ଏବେ ମୃତ୍ୟୁ ସହ ସଂଘର୍ଷ କରୁଛି ଦନ୍ତାହାତୀ । ନରସିଂହପୁର ଓ ସାତକୋଶିଆରୁ ପଶୁ ଡାକ୍ତର କରୁଛନ୍ତି ଚିକିତ୍ସା । ଗୋଟିଏ କି ଦୁଇଟି ନୁହେଁ ହାତୀ ଦେହରେ ବାଜିଛି ୫ଟି ଗୁଳି । କିଛି ଦିନ ହେବ ଆହତ ଅବସ୍ଥାରେ ଇଆଡେ ସିଆଡେ ବୁଲିବା ପରେ ଏବେ ବନବିଭାଗ ଦନ୍ତାକୁ ଟ୍ରାକ କରି ଚିକିତ୍ସା ଆରମ୍ଭ କରିଛି । ଆଠଗଡ ବନଖଣ୍ଡ ନରସିଂହପୁର ଅଞ୍ଚଳର ବାରାସିଂହା ସଂରକ୍ଷିତ ଜଙ୍ଗଲରେ ପୁଣି ଥରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗତ ୪ଦିନ ବନବିଭାଗ କର୍ମଚାରୀମାନେ ହାତୀକୁ ଉଦ୍ଧାର କରିବାକୁ ଅକ୍ଲାନ୍ତ ପରିଶ୍ରମ ଜାରି ରଖିଥିବା ବେଳେ ଗତକାଲି ବନବିଭାଗ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଥିଲା ।
Trending
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
Prev Post
Next Post