ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ଗୁରୁବାର ପ୍ରବର୍ତ୍ତନ ନିର୍ଦେଶାଳୟ ଆଗରେ କହିଛନ୍ତି ଘରେ ଏତେ ଟଙ୍କା ଥିଲା ତାହା ତାଙ୍କୁ ଜଣାନଥିଲା। ସେ କହିଛନ୍ତି, କୋଲକାତାର ଦୁଇଟି ଆପାର୍ଟମେଣ୍ଟରେ କେତେ ଟଙ୍କା ଓ ଦାମୀ ଜିନିଷ ରଖାଯାଇଥିଲା ତାହା ତାଙ୍କୁ ଜଣାଇବାକୁ ଦିଆଯାଉନଥିଲା। କାରଣ ପାର୍ଥ ଚାଟାର୍ଜୀ ତାଙ୍କୁ କେବେ ବି ‘ବନ୍ଦ ରୁମ୍’ ଭିତରକୁ ଯିବାକୁ ଅନୁମତି ଦେଇନଥିଲେ। ଅର୍ପିତା ମୁଖାର୍ଜୀ ଇଡି ନିକଟରେ ସ୍ବୀକାର କରିଛନ୍ତି ଯେ, ତାଙ୍କୁ ଏସବୁ ଟଙ୍କା ରଖିବାକୁ ବାଧ୍ୟ କରାଯାଇଥିଲା। ଏପରକି ଘରେ ଟଙ୍କା ରଖିବା ପାଇଁ ପାର୍ଥ ଚାଟାର୍ଜୀ ତାଙ୍କର ଜଣେ ସହଯୋଗୀଙ୍କ ସାହାଯ୍ୟ ନେଇଥିଲେ।ଇଡିର ଜଣେ ଅଧିକାରୀ କହିଛନ୍ତି, ଅର୍ପିତା ସ୍ବୀକାର କରିଛନ୍ତି ଯେ, ପାର୍ଥ ଚାଟାଜୀ ତାଙ୍କର ଟଲିଗଞ୍ଜ ଓ ବେଲଘାରିୟା ଦୁଇଟି ବାସଭବନକୁ ଗୋଟେ କିମ୍ବା ଦୁଇ ସପ୍ତାହ ଭିତରେ ଥରେ କିମ୍ବା ଦୁଇ ଥର ଆସୁଥିଲେ। ତାଙ୍କ ସହିତ ଏକ ଅଜଣା ବ୍ୟକ୍ତି ମଧ୍ୟ ଆସୁଥିଲେ। ଅଧିକାରୀମାନେ କହିଛନ୍ତି, ଅର୍ପିତା ଚାଟାର୍ଜୀ ଆଲମାରୀ ଖୋଲିବାକୁ କିମ୍ବା ସେହି ରୁମ୍କୁ ବାରମ୍ବାର ନଯିବାକୁ ନିର୍ଦେଶ ଦେଇଥିଲେ, ଯେଉଁଠାରୁ ନଗଦ ଟଙ୍କା ଜବତ କରିଥିଳେ। ଏହା ଜଣାପଡିଛି ଯେ, ଚାଟାର୍ଜୀ ମଧ୍ୟ ଅର୍ପିତାଙ୍କ ଘରକୁ ଯିବା ବେଳେ କିଛି ଅଜଣା ଲୋକଙ୍କ ସହିତ ବନ୍ଦ ରୁମ୍ରେ ବୈଠକ କରୁଥିଲେ।
Trending
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ