ବିପଦରେ ଗଜରାଜ । ବାରମ୍ବାର ଦନ୍ତାହାତୀଙ୍କୁ ଗୁଳି କରୁଛନ୍ତି ଶିକାରୀ । ଏବେ ପ୍ରାୟତଃ ସବୁ ଜଙ୍ଗଲରେ ଶିକାରୀଙ୍କ ପାଦୁର୍ଭାବ ବଢିଛି । ଯାହାର ପରିଣାମ ହାତୀଙ୍କୁ ଭୋଗିବାକୁ ପଡୁଛି । କେତେବେଳେ ହାତୀଙ୍କୁ ମାରି ଦାନ୍ତ କାଢି ନେଉଛନ୍ତି ଶିକାରୀ, ତ ପୁଣି କେତେବେଳେ ଗୁଳି ଖାଇ ଜଙ୍ଗଲରେ ବୁଲୁଛି ହାତୀ । ଏଇ ଯେମିତି ଏବେ ମୃତ୍ୟୁ ସହ ସଂଘର୍ଷ କରୁଛି ଦନ୍ତାହାତୀ । ନରସିଂହପୁର ଓ ସାତକୋଶିଆରୁ ପଶୁ ଡାକ୍ତର କରୁଛନ୍ତି ଚିକିତ୍ସା । ଗୋଟିଏ କି ଦୁଇଟି ନୁହେଁ ହାତୀ ଦେହରେ ବାଜିଛି ୫ଟି ଗୁଳି । କିଛି ଦିନ ହେବ ଆହତ ଅବସ୍ଥାରେ ଇଆଡେ ସିଆଡେ ବୁଲିବା ପରେ ଏବେ ବନବିଭାଗ ଦନ୍ତାକୁ ଟ୍ରାକ କରି ଚିକିତ୍ସା ଆରମ୍ଭ କରିଛି । ଆଠଗଡ ବନଖଣ୍ଡ ନରସିଂହପୁର ଅଞ୍ଚଳର ବାରାସିଂହା ସଂରକ୍ଷିତ ଜଙ୍ଗଲରେ ପୁଣି ଥରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗତ ୪ଦିନ ବନବିଭାଗ କର୍ମଚାରୀମାନେ ହାତୀକୁ ଉଦ୍ଧାର କରିବାକୁ ଅକ୍ଲାନ୍ତ ପରିଶ୍ରମ ଜାରି ରଖିଥିବା ବେଳେ ଗତକାଲି ବନବିଭାଗ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଥିଲା ।
Trending
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ବିଜେଡିକୁ ଜୋରଦାର୍ ଝଟକା। ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ
- ସୁଜାତା ଆର୍ କାର୍ତ୍ତିକେୟନଙ୍କୁ ଶକ୍ତି ନାନୀ ଉପାଖ୍ୟାନ ଦେଲେ – ଶ୍ରୀମୟୀ ମିଶ୍ର
Prev Post
Next Post