ଆଜି ୮୭ତମ ଉତ୍କଳ ଦିବସ : ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ,ରାଜ୍ୟପାଳ,ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଆଜି ୮୭ତମ ଉତ୍କଳ ଦିବସ : ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ,ରାଜ୍ୟପାଳ,ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ମେଟ୍ରୋ ଓଡିଶା (୧ .୪.୨୦୨୨) : ଆଜି ୮୭ତମ ଉତ୍କଳ ଦିବସ । ବିଭିନ୍ନ ସ୍ଥାନରେ ପାଳନ ହେଉଛି ଉତ୍କଳ ଦିବସ।ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ,ରାଷ୍ଟ୍ରପତି ରାମନାଥ କୋବିନ୍ଦ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ୱିଟ ଯୋଗେ କହିଛନ୍ତି,ଓଡିଶା ଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।

ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଆସନ୍ତୁ ଓଡିଆ ଜାତିର ସ୍ୱାଭିମାନକୁ ବଜାୟ ରଖିବା ସହ ଓଡିଶାର ସମୃଦ୍ଧି ପାଇଁ ଆମର ମିଳିତ ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବା। ବନ୍ଦେ ଉତ୍କଳ ଜନନୀ। ଅନ୍ୟ ପକ୍ଷରେ ରାଷ୍ଟ୍ରପତି ଲେଖିଥିଲେ ଓଡ଼ିଶା ମାଟିରେ ଜଗନ୍ନାଥ, କୋଣାର୍କ ଓ ଲିଙ୍ଗରାଜ ମନ୍ଦିର ଭଳି ଐତିହ୍ୟ ଭରି ରହିଛି ସାରା ବିଶ୍ୱକୁ ଶାନ୍ତି ଓ ଭଲ ପାଇବାର ବାର୍ତ୍ତା ଦେଉଛି ଓଡ଼ିଶା । ଏପରି ଲେଖିବା ସହିତ ଓଡ଼ିଶା ବାସୀଙ୍କୁ ଉକ୍ରଳ ଦିବସ ଶୁଭକାମନା ଜଣାଇଥିଲେ କୋବିନ୍ଦ ।