ଭୁବନେଶ୍ବର ବାଣୀବିହାର ସ୍ଥିତ ମୁକୁଳା ଡ୍ରେନରେ ଭାସିଗଲେ ଯୁବକ,ଘଟଣାସ୍ଥଳରେ ପହଞ୍ଚିଲେ ବିଏମସି ମେୟର

ମୁକୁଳା ଡ୍ରେନରେ ଭାସିଗଲେ ଯୁବକ । ଭୁବନେଶ୍ବର ବାଣୀବିହାର ସ୍ଥିତ ପଥରବନ୍ଧ ବସ୍ତିରେ ଅଭାବନୀୟ ଘଟଣା । ଅଳିଆ ଗୋଟାଇବା ବେଳେ ଡ୍ରେନରେ ପଡିଯାଇଥିଲେ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାସ୍ଥଳରେ ପହଞ୍ଚିଲେ ବିଏମସି ମେୟର ।

ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ମୁକୁଳା ଡ୍ରେନ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଶନିବାର ବାଣୀବିହାର ଅଞ୍ଚଳ ସ୍ଥିତ ପଥରବନ୍ଧ ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ଅଳିଆ ଗୋଟାଉଥିବା ବେଳେ ଅସାବଧାନତାବଶତଃ ମୁକୁଳା ଡ୍ରେନରେ ପଡ଼ି ଭାସିଯାଇଥିବା ସୂଚନା ମିଳିଛି । ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଓ ଉତ୍ତେଜନା ଦେଖାଦେଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଯୁବକ ଜଣକ ଡ୍ରେନ ନିକଟରେ ଅଳିଆ ସଂଗ୍ରହ କରୁଥିବା ସମୟରେ ହଠାତ୍ ସନ୍ତୁଳନ ହରାଇ ଡ୍ରେନ ଭିତରକୁ ଖସି ପଡ଼ିଥିଲେ । ବର୍ଷା ପାଣିର ପ୍ରବଳ ସ୍ରୋତ ଯୋଗୁଁ ସେ ମୁହୂର୍ତ୍ତକ ମଧ୍ୟରେ ଭାସିଯାଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ ।

Leave a comment