ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ। ଦୁର୍ନୀତି, କାର୍ଯ୍ୟରେ ଅବହେଳା ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ,ନିଲମ୍ବିତ ହେଲେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ। ଦୁର୍ନୀତି, କାର୍ଯ୍ୟରେ ଅବହେଳା ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ । ବରଗଡ଼ ଜଳସେଚନ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ମଦନ ମୋହନ ସେଠୀ, ଭେଡେନ ଜଳସେଚନ ସବ ଡିଭିଜନ ଆସିଷ୍ଟାଣ୍ଟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାଜ କୁମାର ମିଶ୍ର, ବରଗଡ଼ କେନାଲ ସେକ୍ସନର ଆସିଷ୍ଟାଣ୍ଟ ଇଞ୍ଜିନିୟର ରଞ୍ଜନ ପଟେଲ ନିଲମ୍ବିତ । ଆର୍ଥିକ ଅନିୟମିତତା ଅଭିଯୋଗରେ ନିଲମ୍ବନ କଲା ଜଳସମ୍ପଦ ବିଭାଗ ।ବରଗଡ଼ ଡିଷ୍ଟ୍ରିବ୍ୟୁଟାରୀ ଉପରେ ବାକ୍ସ କଣ୍ଡକ୍ଟ ନିର୍ମାଣ, ବରଗଡ଼ କେନାଲ ଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ ରେ ଅନିୟମିତତା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଲମ୍ବନ ସମୟରେ ମଦନ ମୋହନ ସେଠୀ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ରାଜ କୁମାର ମିଶ୍ର ଓ ରଞ୍ଜନ ପଟେଲ ମହାନଦୀ ବେସିନ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ । ବରଗଡ଼ ସହର ଦେଇ ଯାଇଥିବା କେନାଲ ସମ୍ମୁଖ ଭାଗର ବିକାଶ (Phase-I) ଏବଂ ବରଗଡ଼ ଡିଷ୍ଟ୍ରିବ୍ୟୁଟାରୀ ଉପରେ ବକ୍ସ କନଡ୍ୟୁଇଟ୍‌ (Box Conduit) ନିର୍ମାଣ କାର୍ଯ୍ୟରେ ଏହି ଅଧିକାରୀମାନେ ଅବହେଳା କରିଥିବା ନେଇ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଓ.ସି.ଏସ୍. (O.C.S.) ନିୟମ, ୧୯୬୨ର ଧାରା ୧୨(୧) ଅନୁଯାୟୀ ରାଜ୍ୟପାଳଙ୍କ ଆଦେଶକ୍ରମେ ଏହି ନିଲମ୍ବନ ଆଦେଶ ଜାରି ହୋଇଛି । ନିଲମ୍ବନ ସମୟରେ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ସେଠୀଙ୍କ ମୁଖ୍ୟାଳୟ ଭୁବନେଶ୍ୱର ସ୍ଥିତ ଇଞ୍ଜିନିୟର-ଇନ୍-ଚିଫ୍‌ଙ୍କ କାର୍ଯ୍ୟାଳୟରେ ଏବଂ ଅନ୍ୟ ଦୁଇ ଯନ୍ତ୍ରୀଙ୍କ ମୁଖ୍ୟାଳୟ ବୁର୍ଲା ସ୍ଥିତ ମହାନଦୀ ବେସିନର ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ଥିର କରାଯାଇଛି । ବିନା ଅନୁମତିରେ ସେମାନଙ୍କୁ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a comment