ଗତକାଲି ଠାରୁ ଶ୍ରୀ ଲିଙ୍ଗରାଜକୁ ଅପୂଜା ଓ ଉପାସ ରଖାଯାଇଛି। ପୂଜା ପଣ୍ଡା ଓ ବଡୁ ନିଯୋଗ ମଧ୍ୟରେ ପଇତା ଲାଗି ନୀତିକୁ ନେଇ ବିବାଦ ଲାଗିଥିବାରୁ ଗତକାଲି ସନ୍ଧ୍ୟା ଧୂପରୁ ନୀତି ବନ୍ଦ ରହିଥିବା ସୂଚନା ରହିଛି। ନୀତି ବିଭ୍ରାଟ ହୋଇଥିବାରୁ ଏପର୍ଯ୍ୟନ୍ତ କିଛି ନୀତି ହୋଇନାହିଁ। ଗତ ବର୍ଷଠାରୁ ଦୁଇ ନିଯୋଗ ଭିତରେ ବିବାଦ ଲାଗିଥିଲେ ବି ସମାଧାନ ହୋଇପାରିନି। ଏନେଇ ମନ୍ଦିର ପ୍ରଶାସନ ଓ ଦେବୋତ୍ତର କମିଶନଙ୍କୁ ସମ୍ପୂର୍ଣ ଦାୟୀ କରିଛନ୍ତି ସେବାୟତ।ଏ ନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ଫୋନ୍ ଯୋଗେ କହିଛନ୍ତି, ‘ ଲିଙ୍ଗରାଜଙ୍କ ନିକଟରେ ଏକ ପଇତା ଲାଗି ନୀତିକାନ୍ତି ରହିଛି। ଚତୁର୍ଦଶୀ ପୂର୍ବ ଦିନ ପଇତା ଧୋଇ ପୂଜା ପଣ୍ଡା ପ୍ରଭୁଙ୍କୁ ୩ଟି ପଇତା ଲାଗି କରିଥାନ୍ତି। ମାତ୍ର ବଡୁ ସେବାୟତଙ୍କ କହିବା କଥା ହେଲା ପୂଜା ପଣ୍ଡା ପଇତା ଲାଗି କରିପାରିବେ ନାହିଁ। ସେ ପଟିଏ କରିବେ ଓ ଆମେ ୨ ଗୋଟି ଲାଗି କରିବୁ। ମାତ୍ର ପୂଜା ପଣ୍ଡା ତାହାକୁ ଗ୍ରହଣ କରିନଥିଲେ। ୩ ଗୋଟି ପଇତା ସେ ମନ୍ତ୍ର କରି ଲାଗି କରିବେ ବୋଲି ଜିଦ୍ ଧରିଥିଲେ। ଏପରି ବିବାଦ ୨୦୨୦ ମସିହାରେ ବି ଥରେ ଉପୁଜିଥିଲା। ୨୦୨୧ ବି ସମାନ ଘଟଣା ଘଟିଥିଲା।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ