ଗତକାଲି ଠାରୁ ଶ୍ରୀ ଲିଙ୍ଗରାଜକୁ ଅପୂଜା ଓ ଉପାସ ରଖାଯାଇଛି। ପୂଜା ପଣ୍ଡା ଓ ବଡୁ ନିଯୋଗ ମଧ୍ୟରେ ପଇତା ଲାଗି ନୀତିକୁ ନେଇ ବିବାଦ ଲାଗିଥିବାରୁ ଗତକାଲି ସନ୍ଧ୍ୟା ଧୂପରୁ ନୀତି ବନ୍ଦ ରହିଥିବା ସୂଚନା ରହିଛି। ନୀତି ବିଭ୍ରାଟ ହୋଇଥିବାରୁ ଏପର୍ଯ୍ୟନ୍ତ କିଛି ନୀତି ହୋଇନାହିଁ। ଗତ ବର୍ଷଠାରୁ ଦୁଇ ନିଯୋଗ ଭିତରେ ବିବାଦ ଲାଗିଥିଲେ ବି ସମାଧାନ ହୋଇପାରିନି। ଏନେଇ ମନ୍ଦିର ପ୍ରଶାସନ ଓ ଦେବୋତ୍ତର କମିଶନଙ୍କୁ ସମ୍ପୂର୍ଣ ଦାୟୀ କରିଛନ୍ତି ସେବାୟତ।ଏ ନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ଫୋନ୍ ଯୋଗେ କହିଛନ୍ତି, ‘ ଲିଙ୍ଗରାଜଙ୍କ ନିକଟରେ ଏକ ପଇତା ଲାଗି ନୀତିକାନ୍ତି ରହିଛି। ଚତୁର୍ଦଶୀ ପୂର୍ବ ଦିନ ପଇତା ଧୋଇ ପୂଜା ପଣ୍ଡା ପ୍ରଭୁଙ୍କୁ ୩ଟି ପଇତା ଲାଗି କରିଥାନ୍ତି। ମାତ୍ର ବଡୁ ସେବାୟତଙ୍କ କହିବା କଥା ହେଲା ପୂଜା ପଣ୍ଡା ପଇତା ଲାଗି କରିପାରିବେ ନାହିଁ। ସେ ପଟିଏ କରିବେ ଓ ଆମେ ୨ ଗୋଟି ଲାଗି କରିବୁ। ମାତ୍ର ପୂଜା ପଣ୍ଡା ତାହାକୁ ଗ୍ରହଣ କରିନଥିଲେ। ୩ ଗୋଟି ପଇତା ସେ ମନ୍ତ୍ର କରି ଲାଗି କରିବେ ବୋଲି ଜିଦ୍ ଧରିଥିଲେ। ଏପରି ବିବାଦ ୨୦୨୦ ମସିହାରେ ବି ଥରେ ଉପୁଜିଥିଲା। ୨୦୨୧ ବି ସମାନ ଘଟଣା ଘଟିଥିଲା।
Trending
- ସରିଲା ନୂଆପଡ଼ା ବିଧାନସଭା ନିର୍ବାଚନ : ୭୯.୦୨ ପ୍ରତିଶତ ମତଦାନ
- ନୂଆପଡ଼ା ଉପନିର୍ବାଚନ : ଦିନ ୧୧ଟା ସୁଦ୍ଧା ୩୨.୫୧ ପ୍ରତିଶତ ମତଦାନ
- ଭୁଟାନ ମାଟିରୁ ଦିଲ୍ଲୀ ବିସ୍ଫୋରଣକୁ ନେଇ ଏମିତି ଗର୍ଜିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
- ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ : ୧ଟା ସୁଦ୍ଧା ବିହାରରେ ୪୭.୬୨% ମତଦାନ
- ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ – ଚାରି ଡ଼ାକ୍ତରଙ୍କ ଲୋମଟାଙ୍କୁରା କାର୍ଯ୍ୟ
- ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ଏବଂ ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ
- ଆଜି ଭୋଟ ଦେଉଛନ୍ତି ନୂଆପଡାବାସୀ , ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର
- ଲାଲକିଲ୍ଲାରେ ଶକ୍ତିଶାଳୀ ବିସ୍ଫୋରଣ, 8 ମୃତ ଅନେକ ଲୋକ ଆହତ
- ବିହାର ବିଧାନସଭାର ନିର୍ବାଚନ : ମହିଳା ମତଦାତାଙ୍କ ଉପରେ ଧ୍ୟାନ କେନ୍ଦ୍ରିତ
- ନିରବ ଅବଧି ସମୟରେ ନୂଆପଡ଼ାରେ ନିୟମର ଉଲ୍ଲଂଘନ କରିଛି ବିଜେପି – ନବୀନ