rchaeologists excavated the skeleton of a Neanderthal bones and skull with an open mouth in the ground. Prehistoric, Stone Age, Ice Age.
ମେଟ୍ରୋ ଟିଭି ଓଡିଶା (୨୩ .୩ . ୨୦୨୨) :
ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ମଞ୍ଚେଶ୍ୱର ଅଞ୍ଚଳର ଏକ ଅଳିଆ ଗଦାରେ ପଡିଥିବା ଅଖା ବସ୍ତାରୁ ୫ଟି ନରକଙ୍କାଳ ଉଦ୍ଧାର । ଏ କଙ୍କାଳ କାହାର, କେଉଁଠୁ ଆସିଲା ତାକୁ ନେଇ ସସ୍ପେନ୍ସ ବଢିଛି । ଏହାରି ମଧ୍ୟରେ ସ୍ଥାନୀୟ ଲୋକ ପୋଲିସ୍ କୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।

ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି କଙ୍କାଳକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ରାଜଧାନୀରେ ଅପରାଧ ଚରମ ସୀମାରେ ପହଞ୍ଚିଥିବା ବେଳେ ଏହି ଭଳି ଘଟଣା ଏବେ ରାଜଧାନୀ ବାସୀଙ୍କ ମନରେ ଛନକା ସୃଷ୍ଟି କରିଛି । ପ୍ରତିଦିନ ଏଠାରେ ହତ୍ୟା, ଅପହରଣ ଓ ଦୁଷ୍କର୍ମ ଭଳି ବଡ଼ ବଡ଼ ଘଟଣା ଘଟୁଥିବା ବେଳେ ଏଭଳି ଗୋଟିଏ ବସ୍ତାରୁ ୫ଟି ନରକଙ୍କାଳ ମିଳିବା ପୋଲିସ୍ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।