ପୁରୀ: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସରସଂଘ ଚାଳକ ମୋହନ ଭାଗବତ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ଶ୍ରୀ ଭାଗବତ କହିଛନ୍ତି, ସନାତନ ଧର୍ମର ଯେଉଁ ନିୟମ ରହିଛି, ଭାଗବତରେ ତାକୁ କର୍ମକାଣ୍ଡ କୁହାଯାଉଛି। ଏଥିରୁ ଜୀବନରେ ଅନୁଶାସନ ଆସୁଛି। ଏଣୁ ଏହାକୁ ଶ୍ରଦ୍ଧାର ସହ ସମସ୍ତେ ଅନୁପାଳନ କରିବା ଦରକାର। ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଶୀର୍ବାଦ ନେଇ ଫେରିବା ପରେ ଶ୍ରୀ ଭାଗବତ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ବେଳେ ଶ୍ରୀ ଭାଗବତଙ୍କୁ ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ଓ ଅନ୍ୟମାନେ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଉପହାର ଦେଇଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ କାଠ, କପଡ଼ା, ଦଉଡ଼ି, ଶରଧାବାଲିର ବାଲି ଆଦି ଉପହାର ସ୍ବରୂପ ଦିଆଯାଇଥିଲା। ପୁରୀ ଗୋବର୍ଦ୍ଧନ ମଠରେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜାଙ୍କୁ ଭେଟିଛନ୍ତି। ଶ୍ରୀ ଭାଗବତ ପୁରୀରେ ପହଞ୍ଚିବା ପରେ ପ୍ରଥମେ ଗୋବର୍ଦ୍ଧନ ମଠ ଯାଇ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେବା ସହ ଉପସ୍ଥିତ ଭକ୍ତବୃନ୍ଦଙ୍କୁ ଧାର୍ମିକ ଅଭିଭାଷଣ ଦେଇଛନ୍ତି। ଏହି ଅବସରରେ ଜଗଦ୍ଗୁରୁ କହିଛନ୍ତି, ସନାତନ ଧର୍ମ ଆଜିର କମ୍ପ୍ୟୁଟର, ମୋବାଇଲ୍ ଭଳି ଅତ୍ୟାଧୁନିକ ଯୁଗରେ ବି ସର୍ବଶ୍ରେଷ୍ଠ। ସନାତନ ଧର୍ମର ପ୍ରଚାରପ୍ରସାର ଉପରେ ଶ୍ରୀ ଭାଗବତ ମୋ ସହ ଆଲୋଚନା କରିଥିଲେ। ସନାତନ ଧର୍ମର ସିଦ୍ଧାନ୍ତ କିଭଳି ପ୍ରତ୍ୟେକଙ୍କଠାରେ ପ୍ରକଟିତ ହେବ, ସେ ଉପରେ ବିଚାରବିମର୍ଶ କରିଥିଲେ।
Trending
- ଜେଲରୁ ମୁକୁଳିଲେ ଜଗା ପ୍ରଧାନ
- ୧୪ରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି
- ଭାରତ ଏକ ଧର୍ମଶାଳା ନୁହେଁ
- ସରକାରଙ୍କ ସହ ଡ୍ରାଇଭର ମହାସଂଘର ଆଲୋଚନାରୁ ବାହାରିଲାନି ନିଷ୍କର୍ସ,ଆନ୍ଦୋଳନ ଜାରି
- ୬ଦଫା ଦାବିରେ ଦେଶବ୍ୟାପି ଶ୍ରମିକ ସଙ୍ଗଠନ ପକ୍ଷରୁର ଆଜି ଭାରତ ବନ୍ଦ ଡାକରା
- ଦିଲ୍ଲୀରେ ସମସ୍ତ ମାଂସ ଦୋକାନ ବନ୍ଦ
- ଆଜି ମୁଣ୍ଡୁଳିରେ ପହଞ୍ଚିବ ହୀରାକୁଦ ପାଣି
- ଆଜି ଠୁ ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ
- ରଥ ଉପରେ ଭାଙ୍ଗିଲା ଅଧର ହାଣ୍ଡି
- ହାତୀ ପୁଣି ଥରେ ମନମୋହନ ସାମଲଙ୍କ ମୁଣ୍ଡ ଉପରେ ସୁନା କଳସ ଢାଳିଛି,ନିର୍ବିବାଦୀୟ ଭାବରେ ରାଜ୍ୟ ବିଜେପି ସଭାପତି ହୋଇଛନ୍ତି
Prev Post
Next Post