ନଭେମ୍ବର ୧୨ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ପଞ୍ଚୁକ ନୀତି

ନଭେମ୍ବର ୧୨ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଶ୍ରୀଜୀଉଙ୍କ ପଞ୍ଚୁକ ନୀତି। ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ସ୍ବତନ୍ତ୍ର ବେଶ । କାର୍ତ୍ତିକ ମାସ ଆରମ୍ଭରୁ ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ ୧୨ ତାରିଖରେ ହେବ ଲକ୍ଷ୍ମୀନାରାୟଣ ବେଶ। ୧୩ରେ ବାଙ୍କଚୂଡ଼ା ବେଶ, ୧୪ରେ ଡାଳିକିଆ ବା ତ୍ରିବିକ୍ରମ ବେଶ ଏବଂ ୧୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ସେହିଦିନ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସୁନାବେଶ।

ପଞ୍ଚୁକରେ ଶ୍ରୀମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଶୃଙ୍ଖଳିତ ଦର୍ଶନ ପାଇଁ ମରିଚିକୋଟ ଛକରୁ ବ୍ୟାରିକେଡ୍ କରାଯିବ। ଦର୍ଶନ ଓ ସୁରକ୍ଷା କାର୍ଯ୍ୟରେ ୫ ଜଣ ଅତିରିକ୍ତ ଏସପି, ୧୪ ଜଣ ଡିଏସପି, ୨୬ ଜଣ ଇନ୍ସପେକ୍ଟରଙ୍କ ସହ ୩୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ କହିଛନ୍ତି ଏସପି । ହବିଷ୍ୟାଳୀଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି।