ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ହିତାଧିକାରୀଙ୍କ ମାସିକ ପେନସନ୍ ୫୦୦ଟଙ୍କା ବୃଦ୍ଧି କରିବା ପରେ ଚାରିଆଡ଼ୁ ପ୍ରଶଂସା କରାଯାଇଛି। ଏହାଦ୍ବାରା ମଧୁବାବୁ ପେନସନ୍ ଯୋଜନାର ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ହିତାଧିକାରୀ ମାସକୁ ୧୦୦୦ ଟଙ୍କା ପାଇବେ। ଯେଉଁମାନେ ୭୦୦ ଟଙ୍କା ପାଉଥିଲେ ସେମାନେ ପାଇବେ ୧୨୦୦ ଟଙ୍କା, ଯେଉଁମାନେ ୯୦୦ ଟଙ୍କା ପାଉଥିଲେ ସେମାନେ ପାଇବେ ୧୪୦୦ ଟଙ୍କା। ହିତାଧିକାରୀମାନେ ଚଳିତ ଫେବ୍ରୁଆରି ମାସରୁ ବର୍ଦ୍ଧିତ ହାରରେ ପେନସନ୍ ପାଇବେ। ମଧୁବାବୁ ପେନସନ୍ ଯୋଜନାର ହିତାଧିକାରୀ ମାନଙ୍କୁ ଫେବ୍ରୁଆରି ମାସର ଭତ୍ତା ଟଙ୍କା ୨୦ରୁ ୨୫ତାରିଖ ମଧ୍ୟରେ ଦେବାକୁ କୁହାଯାଇଛି। ଏହାସହ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ହିତାଧିକାରୀଙ୍କ ଆକାଉଣ୍ଟରେ ୫୦୦ଟଙ୍କା ଲେଖାଏ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଉପରୋକ୍ତ ଦୁଇଟି ଯୋଜନାରେ ହିତାଧିକାରୀମାନେ ଯଥାକ୍ରମେ ୫୦୦ଟଙ୍କା, ୭୦୦ଟଙ୍କା ଓ ୯୦୦ଟଙ୍କା ପାଉଥିଲେ। ଏବେ ସେମାନେ ଯଥାକ୍ରମେ ୧୦୦୦ଟଙ୍କା, ୧୨୦୦ଟଙ୍କା ଓ ୧୪୦୦ଟଙ୍କା ପାଇବେ। ଏହି ବର୍ଦ୍ଧିତ ପେନସନ ପାଇଁ ରାଜ୍ୟ ସରକାର ବାର୍ଷିକ ୩୬୮୩ କୋଟି ଟଙ୍କା ଖର୍ଚ୍ଚ କରିବେ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post