ଇସଲାମବାଦ: ପାକିସ୍ତାନ ରାଜନୀତି କୁ ନେଇ ଆମେରିକା ଭାରତ ନଜର ରଖିଛନ୍ତି । ଏହାରି ଭିତରେ ନୱାଜ ସରିଫ ଓ ପିପିପି ନେତା ବିଲାୱାଲ ଭୁଟ୍ଟୋଙ୍କ ମଧ୍ୟରେ ସରକାର ଗଠନ ଲାଗି ଚାଲିଛି ଆଲୋଚନା। ସେପଟେ ନିର୍ବାଚନରେ ଇମ୍ରାନ ଖାଁ ଙ୍କ ଦଳ ସଂଖ୍ୟା ଗରିଷ୍ଠତା ହାସଲ ନେଇ ଦାବି କରି ଆଜି ରାଜରାସ୍ତାରେ ଆନ୍ଦୋଳନ କରୁଛି । କାହାର ବିଜୟ ହୋଇଛି ସେ ନେଇ ସ୍ପଷ୍ଟ ଆସୁନାହିଁ । ଗତକାଲି ପିଏମଏଲ ଏକ ତୃତୀୟାଂଶ ଆସନରେ ବିଜୟୀ ହୋଇଛି ବୋଲି ସରିଫ ଦାବି କରିବା ସହ ସରକାର ଗଠନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଥିଲେ । କୁହାଯାଉଛି ପିଟିଆଇ ବର୍ତ୍ତମାନ ସୁଦ୍ଧା ୯୯ ଆସନରେ ବିଜୟୀ ହୋଇଛି । ପିଏମଏଲ-ଏନ ୭୧, ପିପିପି ୫୩, ଏମକ୍ଯୁଏମ ୧୭ ଆସନ ହାସଲ କରିଛନ୍ତି । ସେପଟେ ଆର୍ଟିଫିସିଆଲ ଇଣ୍ଟେଲିଜେନସ ବ୍ୟବହାର କରି ଇମ୍ରାନଙ୍କ ଏକ ଭିଡିଓ ବାର୍ତ୍ତା ପ୍ରସାରିତ ହୋଇଛି । ଏହି ବାର୍ତ୍ତାରେ ସରିଫଙ୍କ ଦାବିକୁ ଇମ୍ରାନ ଅଗ୍ରାହ୍ୟ କରିଛନ୍ତି । ବାର୍ତ୍ତାରେ ଇମ୍ରାନ କହିଛନ୍ତି- ନଓ୍ବାଜ ସରିଫଙ୍କ ଲଣ୍ଡନ ପ୍ଲାନ ଫେଲ୍ ମାରିଛି । ତେଣେ ପାକିସ୍ତାନର ନିର୍ବାଚନ ନିୟମ ଅନୁସାରେ ସ୍ବାଧୀନ ସଦସ୍ୟମାନେ ସରକାର ଗଠନ କରିପାରିବେ ନାହିଁ ବୋଲି ନିୟମ ଥିବାରୁ ସମସ୍ୟା ଅଧିକ ଘନୀଭୂତ ହୋଇଛି । ତେବେ କୌଣସି ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳ ସହ ମିଶି ସେମାନେ ସରକାର କରିପାରିବେ ।
Trending
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
- ଖାନ ସାରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ
- ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାୟ
- କନଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଆଜି NHRC ତଦନ୍ତର ଶେଷ ଦିନ