ମହିମା ଧର୍ମୀଙ୍କ ମୁଖ୍ୟ ଧର୍ମସ୍ଥଳୀ ଯୋରନ୍ଦା ଠାରେ ଆଜି ଠାରୁ ୭ ଫେବୃଆରୀ ଯାଏଁ ମେଳା ଅନୁଷ୍ଠିତ ହେଉଛି । ଆଜି ଓ ଆସନ୍ତା କାଲି ୨ ଦିନ ମହିମା ସାଧୁ ସନ୍ଥଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ କାରଣ ଆଜି ମାଘ ଚତୁର୍ଦ୍ଦଶୀ ରେ ମହିମା ଧର୍ମ ର ମୁଖ୍ୟ ଗୁରୁ ଅଲେଖ ଗୋସେଇଁ ଙ୍କ ଦେହତ୍ୟାଗ ହୋଇଥିଲା । ତେଣୁ ସେହି ଗୁରୁଙ୍କ ଉଦ୍ଦେଶ୍ୟରେ ଦେଶର କୋଣ ଅନୁକୋଣ ରେ ଥିବା ସାଧୁ ସନ୍ଥ ତଥା ଭକ୍ତମାନେ ଯୋରନ୍ଦା ପୀଠରେ ଏକତ୍ରିତ ହୋଈ ଗୋସାଇଁ ଙ୍କ ସମାଧି ପୀଠ ଗାଦି ମନ୍ଦିର ରେ ଘିଅ ନଡ଼ିଆ ଅଗ୍ନିରେ ସମର୍ପିତ କରି ଜଗତ କଲ୍ୟାଣ ନିମନ୍ତେ ପ୍ରାର୍ଥନା କରନ୍ତି । ସୂର୍ଯ୍ୟସ୍ତ ପରେ ଗାଦି ମନ୍ଦିର ର ଚାରି ଦୁଆର ରେ ପିତ୍ତଳ ୧୦୮ ଝାଡ଼ବତି ପ୍ରଜ୍ବଳନ କରାଯିବ । ଗୁରୁ ଓ ଶିଷ୍ୟଙ୍କ ଆଜି ମିଳନ ର ପର୍ବ । ଏହି ଦୁଇ ଦିନ ରେ ୧୦ ଲକ୍ଷ ଲୋକଙ୍କ ସମାଗମ କୁ ଆଖି ଆଗରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରଯାଇଛି । ୧ ତାରିଖ ଅପରାହ୍ନ ରେ ମୁଖ୍ୟମନ୍ତ୍ରୀଙ୍କ ଯୋରନ୍ଦା ଆସିବାର କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଛି ବୋଲି ଏସପି ସୂଚନା ଦେଇଛନ୍ତି । ରାଜ୍ୟ ଭିତରୁ ଓ ବାହାର ରାଜ୍ୟ ରୁ ଭକ୍ତମାନେ ଆସୁଛନ୍ତି ।
Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା