ଆଇପିଏଲ୍ ୪୮ତମ ମୁକାବିଲା,ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ୱିକେଟରେ ପରାସ୍ତ କଲା ଚେନ୍ନାଇ
ଆଇପିଏଲ୍ ୨୦୨୬ର ୪୮ତମ ମୁକାବିଲାରେ ଦିଲ୍ଲୀର ଅରୁଣ ଜେଟଲି ଗ୍ରାଉଣ୍ଡରେ ମୁହାଁମୁହିଁ ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ। ପ୍ରଥମେ ଦିଲ୍ଲୀ ଟସ ଜିତି ବ୍ୟାଟିଂ ନିଷ୍ପର୍ତ୍ତି ନେଇଥିଲା। ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୧୫୫ ରନ ସଂଗ୍ରହ କରିଥିଲା। ଚେନ୍ନାଇ ମାତ୍ର ୧୭.୩ ଓଭରରେ ଦୁଇ ଓ୍ବିକେଟ ହରାଇ ୧୫୯ ରନ୍ କରି ବିଜୟ ହାସଲ କରିଥିଲା। ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ୱିକେଟରେ ପରାସ୍ତ କରିଛି ଚେନ୍ନାଇ। ଚେନ୍ନାଇ ପକ୍ଷରୁ ଯେଉଁଥିରେ ସଞ୍ଜୁ ସାମସନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଟାର୍ଗେଟକୁ ଚେଜ୍ କରି ସଞ୍ଜୁ ୫୨ ବଲରୁ ୭ ଚୌକା ଏବଂ ୬ ଛକା ସହାୟତାରେ ୮୭ ରନର ଗୁରୁତ୍ବପୂର୍ଣ୍ଣ ଇନିଂସ ଖେଳିଥିଲେ। ଯଦି ସଞ୍ଜୁ ଶତକ ହାସଲ କରିଥାନ୍ତେ, ତେବେ ସେ ଗୋଟିଏ ସିଜିନରେ ୩୦ ଶତକ ହାସଲ କରିବାରେ ପ୍ରଥମ ଖେଳାଳି ହୋଇଥାନ୍ତେ, ଯାହାକି ତାଙ୍କୁ ବିରାଟ କୋହଲି ଏବଂ ଜୋସ୍ ବଟଲରଙ୍କ ଭଳି ଖେଳାଳିଙ୍କ ନିକଟତର କରିଥାନ୍ତା। ବଟଲର୍ ଏବଂ କୋହଲି ଗୋଟିଏ ସିଜିନରେ ସର୍ବାଧିକ ୪ ଶତକ ହାସଲ କରିଛନ୍ତି।
ଏହି ମ୍ୟାଚ୍ ରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଅକ୍ଷର ପଟେଲ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୫ ରନ୍ କରିଥିଲେ। ଦଳ ପକ୍ଷରୁ ସମୀର ରିଜଭି ସର୍ବାଧିକ ୪୦ ରନ୍ କରିଥିଲେ। ଏହି ସମୟରେ ଚେନ୍ନାଇ ପକ୍ଷରୁ ନୁର ଅହମ୍ମଦ ସର୍ବାଧିକ ୨ଟି ୱିକେଟ୍ ନେଇଥିଲେ। ଟାର୍ଗେଟର ପିଛା କରି ଚେନ୍ନାଇ ମାତ୍ର ୧୭.୩ ଓଭରରେ ଦୁଇ ଓ୍ବିକେଟ ହରାଇ ୧୫୯ ରନ୍ କରି ବିଜୟ ହାସଲ କରିଥିଲା।