DG ପାହ୍ୟକୁ ଗଲେ ସଞ୍ଜୀବ ପଣ୍ଡା ଏବଂ ଯଶୋବନ୍ତ ଜେଠୱା

DGP ରେସ୍ ଆଗରେ ଅଫିସର ସଞ୍ଜୀବ ପଣ୍ଡା । ୧୯୯୪ ବ୍ୟାଚ IPS ସଞ୍ଜୀବ ପଣ୍ଡା, ଯଶୱନ୍ତ ଜେଠୱା DGP ରାଙ୍କକୁ ପଦୋନ୍ନତି ହୋଇଛି । ଫଳରେ DGP ରେସ୍ ରେ ସଞ୍ଜୀବ ପଣ୍ଡାଙ୍କ ସ୍ଥିତି ମଜବୁତ ହୋଇଛି । ADGରୁ DG ପାହ୍ୟାକୁ ପଦୋନ୍ନତି କରିଛନ୍ତି ରାଜ୍ୟ ସରକାର । ପଦୋନ୍ନତି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତା ୧୬ ତାରିଖରେ ଡିଜିପି ଖୁରାନିଆଙ୍କ କାର୍ଯ୍ୟକାଳ ସରୁଛି । ଏହା ପୂର୍ବରୁ ରାଜ୍ୟକୁ ନୂଆ ପୋଲିସ ମୁଖିଆ ମିଳିବ । ଏହି ଦୁଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ପଦୋନ୍ନତି ପରେ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି କିଏ ହେବେ ଡିଜି ପୋଲିସ । ହୁଏତ ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ପୋଲିସ୍ ମହାନିର୍ଦ୍ଦେଶକ ହୋଇପାରନ୍ତି ।

ଏବେ ଆଣ୍ଟି ନକ୍ସଲ ଅପରେସନ ଏଡିଜି ଅଛନ୍ତି ସଞ୍ଜୀବ ପଣ୍ଡା । ସେହିପରି ଭିଜିଲାନ୍ସ ନିର୍ଦ୍ଦେଶକ ଅଛନ୍ତି ଯଶୱନ୍ତ ଜେଠୱା । ଏବେ UPSC ତାଲିକାରେ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱା ରହିବେ । ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ଚୟନ ପ୍ରକ୍ରିୟା ଦୃଷ୍ଟିରୁ ଏହି ତାଲିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଉଭୟ ଅଧିକାରୀ ୧୯୯୪ ବ୍ୟାଚ୍ ର ହୋଇଥିଲେ ମଧ୍ୟ ଆନ୍ତଃବରିଷ୍ଠତା ବା inter-se seniority ତାଲିକାରେ ଯଶୱନ୍ତ ଜେଠୱାଙ୍କଠାରୁ ସଞ୍ଜୀବ ପଣ୍ଡା ବରିଷ୍ଠ। ତେଣୁ ଡିଜିପି ଚୟନ ପ୍ରକ୍ରିୟାରେ ସଞ୍ଜୀବ ପଣ୍ଡାଙ୍କ ସ୍ଥିତି ଉପରେ ବିଶେଷ ନଜର ରହିଛି।

Leave a comment