ତିନୋଟି ନୂଆ ସସ୍ତା ରିଚାର୍ଜ ପ୍ୟାକ୍ ଲଞ୍ଚ କରିଛି ଜିଓ ,ଆସନ୍ତୁ ଏହା ବିଷୟରେ ଅଧିକ ଜାଣିବା

ଜିଓ ତିନୋଟି ନୂଆ ସସ୍ତା ରିଚାର୍ଜ ପ୍ୟାକ୍ ଲଞ୍ଚ କରିଛି । ଏହି ତିନୋଟି ପ୍ୟାକରେ OTT ଏବଂ ଡାଟା ବେନିଫିଟ୍‌ ସହିତ ୧୦୦୦ରୁ ଅଧିକ ଲାଇଭ୍ TV ଚ୍ୟାନେଲର ଆକ୍ସେସ୍ ମିଳୁଛି । ରିଲାଏନ୍ସ ଜିଓର ଏହି ରିଚାର୍ଜ ପ୍ଲାନଗୁଡ଼ିକ ବିଶେଷକରି ସେହି ୟୁଜର୍ସମାନଙ୍କ ପାଇଁ ଆଣାଯାଇଛି, ଯେଉଁମାନେ କମ୍ ଖର୍ଚ୍ଚରେ OTT ଆପ୍ ଏବଂ ଲାଇଭ୍ TV ଚ୍ୟାନେଲ୍‌ର ସୁବିଧା ଚାହୁଁଛନ୍ତି । ଏହା ସହିତ, ଏହି ପ୍ୟାକଗୁଡ଼ିକରେ ହାଇ-ସ୍ପିଡ୍ ଡାଟା ମଧ୍ୟ ଦିଆଯାଉଛି । ଏହି ପ୍ୟାକଗୁଡ଼ିକର ଭ୍ୟାଲିଡିଟି ୩୬୫ ଦିନ ପର୍ଯ୍ୟନ୍ତ ରହିଛି । ଜିଓ ୨୮ ଦିନ, ୮୪ ଦିନ ଏବଂ ୩୬୫ ଦିନର ତିନୋଟି ପ୍ୟାକ୍ ଆଣିଛି । ତେବେ ଆସନ୍ତୁ ଏହା ବିୟେରେ ଅଧିକ ଜାଣିବା ।

୨୮ ଦିନର ପ୍ଲାନ୍:
ରିଲାଏନ୍ସ ଜିଓର ଏହି ରିଚାର୍ଜ ପ୍ୟାକର ମୂଲ୍ୟ ୨୦୦ ଟଙ୍କା । ଏଥିରେ ୟୁଜର୍ସମାନଙ୍କୁ OTT ଆପ୍ ସହିତ ୧୦୦୦ରୁ ଅଧିକ ଲାଇଭ୍ TV ଚ୍ୟାନେଲ୍‌ର ଆକ୍ସେସ୍ ମିଳିଥାଏ । ଏହି ପ୍ଲାନର ଭ୍ୟାଲିଡିଟି ୨୮ ଦିନ । ଏହି ସମୟ ମଧ୍ୟରେ କମ୍ପାନୀ କୌଣସି ଦୈନିକ ଲିମିଟ୍ ବିନା ୩୦GB ହାଇ-ସ୍ପିଡ୍ ଡାଟା ପ୍ରଦାନ କରୁଛି । ଏହା ସହିତ ଅନଲିମିଟେଡ୍ 5G ଡାଟା ମଧ୍ୟ ମିଳୁଛି । ଏହି ପ୍ଲାନରେ କଲିଂ ସୁବିଧା ମିଳୁନାହିଁ । ୟୁଜର୍ସମାନେ ନିଜର ପୂର୍ବରୁ ଚାଲୁଥିବା ଆକ୍ଟିଭ୍ ପ୍ଲାନ୍ ସହିତ ଏହାକୁ ଆଡ୍-ଅନ୍ ପ୍ୟାକ୍ ଭାବେ ରିଚାର୍ଜ କରିପାରିବେ ।

୮୪ ଦିନର ପ୍ଲାନ୍:
ଜିଓର ଏହି ପ୍ଲାନର ମୂଲ୍ୟ ୫୫୦ ଟଙ୍କା । ଏହି ପ୍ଲାନରେ ମଧ୍ୟ OTT ଆପ୍ ଏବଂ ୧୦୦୦ରୁ ଅଧିକ ଲାଇଭ୍ TV ଚ୍ୟାନେଲର ଆକ୍ସେସ୍ ମିଳୁଛି । ଏହି ପ୍ଲାନର ଭ୍ୟାଲିଡିଟି ୮୪ ଦିନ । ଏଥିରେ ମୋଟ ୯୦GB ହାଇ-ସ୍ପିଡ୍ ଡାଟା ସହିତ ଅନଲିମିଟେଡ୍ 5G ଡାଟା ମିଳୁଛି । ଏହି ପ୍ଲାନକୁ ମଧ୍ୟ ୟୁଜର୍ସମାନେ ପୂର୍ବରୁ ଆକ୍ଟିଭ୍ ଥିବା ନିଜର ପ୍ଲାନ୍ ସହିତ ନେଇପାରିବେ ।

୩୬୫ ଦିନର ପ୍ଲାନ୍:
ଜିଓର ଏହି ପ୍ଲାନର ଭ୍ୟାଲିଡିଟି ୩୬୫ ଦିନ । ଏହି ରିଚାର୍ଜ ପ୍ଲାନର ମୂଲ୍ୟ ୨,୦୦୦ ଟଙ୍କା । ଏଥିରେ ୟୁଜର୍ସମାନଙ୍କୁ ୧୫ଟି OTT ଆପର ଆକ୍ସେସ୍ ମିଳୁଛି । ଏହା ସହିତ ୧୦୦୦ରୁ ଅଧିକ ଲାଇଭ୍ TV ଚ୍ୟାନେଲ୍‌, ୩୬୫GB ହାଇ-ସ୍ପିଡ୍ ଡାଟା ଏବଂ ଅନଲିମିଟେଡ୍ 5G ଡାଟାର ସୁବିଧା ମଧ୍ୟ ମିଳୁଛି । ଏହି ପ୍ରିପେଡ୍ ପ୍ଲାନକୁ ମଧ୍ୟ ପୂର୍ବରୁ ଆକ୍ଟିଭ୍ ଥିବା ପ୍ଲାନ୍ ସହିତ ଆଡ୍-ଅନ୍ ଭାବେ ନିଆଯାଇପାରିବ ।

OTT ଆପର ସୁବିଧା:
ଜିଓର ଏହି ତିନୋଟି ପ୍ଲାନରେ ୟୁଜର୍ସମାନଙ୍କୁ JioTV, JioAICloud ସମେତ JioHotstar, YouTube Premium, Amazon Prime, SonyLIV, ZEE5, Lionsgate Play, Discovery+, SunNXT, FanCode, Hoichoi, Chaupal, Planet Marathi, Kanccha Lannka, TimesPlay ଏବଂ Tarang Plus ଭଳି ବିଭିନ୍ନ OTT ଆପର ଆକ୍ସେସ୍ ମିଳିବ । ଏଥିସହ ଯଦି ଆପଣ ମଧ୍ୟ ଜଣେ ଜିଓ ୟୁଜର୍ସ, ତେବେ ଆପଶ ଏହି ପ୍ଲାନର ଲାଭ ନିଶ୍ଚିନ୍ତ ଉଠାଇପାରିବେ ।

Leave a comment