ଶ୍ରାବଣ ମାସର ପ୍ରଥମ ସୋମବାରେ ଶିବଙ୍କ ଠାରେ ଜଳଲାଗି କରିଛନ୍ତି ହଜାର ହଜାର ଶିବଭକ୍ତ । ବାବା ଧବଳେଶ୍ବରଙ୍କ ପୀଠରେ ଶିବଙ୍କ ପୂଜାର୍ଚ୍ଚନା କରି ମନସ୍କାମନା ପୂରଣ ପାଇଁ ଭକ୍ତମାନେ ଜଳାଭିଷେକ କରିଛନ୍ତି । ସେହିପରି ଲିଙ୍ଗରାଜ ମନ୍ଦିରରେ ଭକ୍ତମାନେ ସକାଳୁ ଧାଡିରେ ଯାଇ ଜଳାଭିଷେକ କରିଛନ୍ତି । ଶ୍ରାବଣ ମାସର ପ୍ରଥମ ସୋମବାର ପାଇଁ ରାଜ୍ୟର ବିଭିନ୍ନ ଶିବମନ୍ଦିରରେ ଜଳାଭିଷେକ କରିଛନ୍ତି ଶୈବ ଭକ୍ତ । ଜଳାଭିଷେକ ଲାଗି ବିଭିନ୍ନ ଶୈବପୀଠରେ ଲାଗିଥିଲା ଆଜି ସକାଳୁ କାଉଡିଆଙ୍କ ଭିଡ । ଭକ୍ତମାନେ ଜଳାଭିଷେକ କରିବା ସହ ବେଲପତ୍ର, ଗଙ୍ଗାଜଳ, ଖିର,କଦଳୀ, କର୍ପୂର, ଚାଉଳ ଆଦି ମଧ୍ୟ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅର୍ପଣ କରିଛନ୍ତି। କିଛି ଶ୍ରଦ୍ଧାଳୁ ଶିବଙ୍କର ଅତି ପ୍ରିୟ ରୁଦ୍ରାକ୍ଷ ମଧ୍ୟ ଅର୍ପଣ ମଧ୍ୟ କରିଥାନ୍ତି । ଭକ୍ତିସହକାରେ ପୂଜା କଲେ ଦେବ ଦେବ ମହାଦେବ ଶିବ ଆଶୀର୍ବାଦ ପ୍ରଦାନ କରିଥାନ୍ତି । ଏହା ବିଶ୍ବାସ ରହିଛି ।
Trending
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
- ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି,ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ ହେବେ
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା
Next Post