ବାଲିଯାତ୍ରାର ବଢ଼ୁଛି ଭିଡ଼ । ଶନିବାର ଚତୁର୍ଥ ସଂଧ୍ୟାରେ ହଠାତ୍ ଲୋକମାନଙ୍କ ଭିଡ ବଢି ଯାଇଥିବା ଦେଖିବାକୁ ମିଳିଥିଲା । ହଜାର ହଜାର ଲୋକ ବାଲିଯାତ୍ରା ବୁଲିବା ପାଇଁ ଆସିଛନ୍ତି । ବାଲିଯାତ୍ରା ବୁଲିବା ସହିତ ବିଭିନ୍ନ ଖାଇବା ଖାଉଛନ୍ତି । ଏହା ସହିତ ଦୋଳି ଖେଳ ପାଖରୁ ଆରମ୍ଭ କରି ଜଳପରୀ ସବୁର ମଜା ନେଉଛନ୍ତି ଲୋକମାନେ। ଲୋକମାନଙ୍କ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି । ଆଜି ରବିବାର ଥିବାରୁ ଆହୁରି ଭିଡ ହେବା ସମ୍ଭାବନା ଥିବାରୁ ସୁରକ୍ଷା ବନ୍ଦୋବସ୍ଥା ଉପରେ କଡା ନଜର ରଖାଯାଇଛି । ଐତିହାସିକ କଟକ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଲିଯାତ୍ରାର ଉଦ୍ଘାଟନ କରିଥିଲେ । ଅତିଥି ଭାବେ ସାମିଲ ହୋଇଥିଲେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ । ଉଦଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବାଲିଯାତ୍ରା ଓଡିଆ ଜାତିର ସାହସ, ଦୃଢସଙ୍କଳ୍ପ ଓ ସାମୁଦ୍ରିକ ବାଣିଜ୍ୟ ସଂସ୍କୃତିର ଜୀବନ୍ତ ସ୍ମୃତି । ବାଲିଯାତ୍ରା ଆୟୋଜନ ପାଇଁ ସରକାରୀ ଅନୁଦାନକୁ ୨ କୋଟିରୁ ୧୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ କଟକ ସହରକୁ ତାରକସି ହବରେ ପରିଣତ କରାଯିବ, ମହାନଦୀ ରିଭର ଫ୍ରଣ୍ଟ ଯୋଜନାରେ କଟକ ମହାନଦୀ ତଟର ସୋନ୍ଦର୍ଯ୍ୟକରଣ ପାଇଁ ୨୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ସଭା ପରେ ବାଲିଯାତ୍ରା ଷ୍ଟଲ୍ ପରିଦର୍ଶନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏ ବର୍ଷର ବାଲିଯାତ୍ରା ବହୁତ ଆକର୍ଷଣୀୟ ହୋଇଛି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାଲିଯାତ୍ରା ସ୍ମରଣିକା ଉନ୍ମୋଚନ କରିବା ସହିତ ଇଣ୍ଡୋନେସିଆର ରାଷ୍ଟ୍ରଦୂତଙ୍କୁ କଟକ ତାରକସି କାମର ଏକ ବୋଇତ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ମହାନଦୀ ପଠାରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ସର୍ବବୃହତ ବାଣିଜ୍ୟିକ ମହାକୁମ୍ଭ। କିଣା ବିକା ସହ ଖାଇବା ପିଇବାର ପସରା ମେଲିଛି ନଦୀ ପଠାରେ। ପ୍ରତିଦିନ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଆୟୋଜିତ ହେବ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ। ପ୍ରଥମ ଦିନରେ ବାଲିଯାତ୍ରାରେ ଭିଡ ପରିଲକ୍ଷିତ ହୋଇଛି ।
Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ