ବମିଖାଲ କେନାଲ କଡ଼ରେ ଲାଗିଛି ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ,ଘଟଣାସ୍ଥଳରେ ପହଚିଞ୍ଚି ଲକ୍ଷ୍ମୀସାଗର ଥାନା ପୋଲିସ
ବମିଖାଲ କେନାଲ କଡ଼ରେ ଲାଗିଛି ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ । କେନାଲର ଉପରମୁଣ୍ଡରୁ ମୃତଦେହଟି ଭାସି ଆସି ଏଠାରେ ଲାଗିଥିବା ସନ୍ଦେହ କରାଯାଉଛି । ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ କେନାଲରୁ ବାହାର କରିବାକୁ ପ୍ରୟାସ ଚଳାଇଛି । ଅଗ୍ନିଶମ ବିଭାଗର ସହଯୋଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ, ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଭୁବନେଶ୍ୱରର ବମିଖାଲ କେନାଲ କଡ଼ରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଲାଗିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସକାଳ ସମୟରେ ସ୍ଥାନୀୟ ଲୋକମାନେ କେନାଲ କଡ଼ରେ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ । ପ୍ରାଥମିକ ତଦନ୍ତରେ ଅନୁମାନ କରାଯାଉଛି ଯେ, କେନାଲର ଉପରମୁଣ୍ଡରୁ ମୃତଦେହଟି ଭାସି ଆସି ଏଠାରେ ଲାଗିଥିବା ସମ୍ଭାବନା ରହିଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।