ଭାରତ ବନାମ ଇଂଲଣ୍ଡ ଦ୍ୱିତୀୟ ଟି-୨୦ ମ୍ୟାଚ୍ : ଭାରତକୁ ୪ ଓ୍ବିକେଟରେ ହରାଇଲା ଇଂଲଣ୍ଡ

ଭାରତକୁ ୪ ଓ୍ବିକେଟରେ ହରାଇଲା ଇଂଲଣ୍ଡ । ଭାରତ ବନାମ ଇଂଲଣ୍ଡ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ ଶୋଚନୀୟ ପରାଜୟ ଭୋଗିଛି ଭାରତୀୟ ଦଳର । ଭାରତକୁ ଘରୋଇ ଇଂଲଣ୍ଡ ଟିମ୍ ୪ ଓ୍ବିକେଟରେ ପରାସ୍ତ କରିଛି । ମ୍ୟାଚ୍ ରେ ଇଂଲଣ୍ଡ ପକ୍ଷରୁ ଜାକବ ବେଥେଲ ସର୍ବାଧିକ ୭୬ ରନ୍ କରି ଅପରାଜିତ ଥିଲେ । ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ରୋମାଞ୍ଚକର ମ୍ୟାଚ୍ ରେ ଇଂଲଣ୍ଡ ଦଳ ଭାରତକୁ ୪ ୱିକେଟ୍ ରେ ପରାସ୍ତ କରିଛି । ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ କୁ ଜିତି ଘରୋଇ ଇଂଲଣ୍ଡ ଦଳ ସିରିଜରେ ଆଗୁଆ ରହିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୯୦ ରନ୍ ର ଏକ ପ୍ରତିଦ୍ୱନ୍ଦ୍ୱିତାମୂଳକ ସ୍କୋର ଛିଡ଼ା କରିଥିଲା ।

ଏହି ମ୍ୟାଚ୍ ଜରିଆରେ ମାତ୍ର ୧୫ ବର୍ଷୀୟ ଭାରତ ପାଇଁ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍ ରେ ପଦାର୍ପଣ କରି ବୈଭବ ସୂର୍ଯ୍ୟବଂଶୀ ଇତିହାସ ରଚିଛନ୍ତି ।  ସେ ଭାରତର ସର୍ବକନିଷ୍ଠ ଖେଳାଳି ଭାବେ ଡେବ୍ୟୁ କରିଛନ୍ତି । କିନ୍ତୁ ଏହି ଡେବ୍ୟୁ ମ୍ୟାଚରେ ବୈଭବ ମାତ୍ର ୧୪ ରନ କରିପାରିଥିଲେ ।  ଓପନର ଅଭିଷେକ ଶର୍ମା ୪୩ ରନ୍ ଓ ଈଶାନ କିଶନ ୪୯ ରନ୍ ର ଦ୍ରୁତ ଇନିଂସ ଖେଳିଥିବା ବେଳେ ଅଧିନାୟକ ଶ୍ରେୟସ ଆୟର ୩୭ ରନର ଯୋଗଦାନ ଦେଇଥିଲେ । ଶେଷ ଓଭରରେ ତିଳକ ବର୍ମା (୨୪ ରନ୍) ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୯୦ରେ ପହଞ୍ଚାଇଥିଲେ । ୧୯୧ ରନ୍ ର ପିଛା କରିଥିବା ଇଂଲଣ୍ଡ ଦଳ ଜାକବ ବେଥେଲଙ୍କ ଦମଦାର ୭୬ ରନ୍ ବଳରେ ୧୯ ଓଭରରେ ୬ ୱିକେଟ୍ ହରାଇ ୧୯୧ ରନ୍ କରି ମ୍ୟାଚ୍ ଜିତି ନେଇଥିଲା ।

Leave a comment