ଭୁବନେଶ୍ବର: ରାଜଧାନୀରେ ମଶାଙ୍କ ଉତ୍ପାତ ବଢ଼ି ବଢ଼ିଚାଲିଛି । ଯେଉଁଠି ଦେଖିବ ସେଠି କୁଢ଼ କୁଢ଼ ମଶା । ଘର ହେଉ ଅବା ନାଳନର୍ଦ୍ଦମା ସବୁଠି ମଶା ହାଉଯାଉ ହେଉଛନ୍ତି ରାଜଧାନୀ ଭୁବନେଶ୍ବରରେ । ଦିନ ହେଉ ଅବା ରାତି ରାଜଧାନୀବାସୀ ମଶାଙ୍କ କାମୁଡା ଖାଇ ହନ୍ତସନ୍ତ ହେଉଛନ୍ତି । ମଶାଙ୍କ ପ୍ରାଦୁର୍ଭାବ ନେଇ ସରକାରଙ୍କୁ ଘେରିବା ସହ ବୁଦ୍ଧିଜୀବୀମାନେ ସ୍ବର ଉଠାଇବା ଆରମ୍ଭ କରିଛନ୍ତି । ନିଜର କଳ ବଳ କାମ କରୁଥିବାରୁ ବିଏମସି ଏବେ କୋଲକତା ମଡେଲରେ ମଶାବଂଶ ନାଶ କରିବାକୁ ଯୋଜନା କରୁଥିବା ଚର୍ଚା ହେଉଛି । କୋଲକାତା ମଡେଲରେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇ ମଶା ଦମନ କରିବାକୁ ଓହ୍ଲାଇଛି ବିଏମସି। ଡ୍ରୋନ୍ ପଦ୍ଧତିରେ ମଶାଙ୍କ ଉତ୍ପତିସ୍ଥଳ ଚିହ୍ନଟ କରିବା ପରେ ମଶା ବଂଶ ନାଶ ପାଇଁ କୀଟନାଶକ ସ୍ପ୍ରେ କରାଯାଉଛି। ତେବେ ଏଥିରେ ବିଏମସି କେତେ ସଫଳ ହେଉଛି ତାହା ଦୁଇ ସପ୍ତାହ ପରେ ଜଣାପଡିବ । ଦୈନିକ ୧୦ଟି ସ୍ଥାନରେ ପ୍ରାୟ ୧୦୦ ଲିଟର କୀଟନାଶକ ସ୍ପ୍ରେ କରିବା ପାଇଁ ଯୋଜନା ହୋଇଛି। ସେପଟେ ଆଜିଠୁ ସବୁ ଓ୍ୱାର୍ଡ ରେ ୩୦ ଜଣ ସଫେଇ କର୍ମକାରୀ ଏକା ସମୟରେ ନାଳ ନର୍ଦ୍ଦମାରେ ମଶା ତେଲ ପକାଉଛନ୍ତି । ମଶା ଧୂଆଁ ଗାଡି ମଧ୍ୟ ଏବେ ଘାଇଁ ଘାଇଁ ପ୍ରତି ଓ୍ବାଡରେ ବୁଲିବାକୁ ନିଷ୍ପତ୍ତି ହୋଇଛି । ଏସବୁ କେତେ କାମ କରୁଛି ଏବଂ ମଶା ବଂଶ ନାଶ ହେଉଛି କି ନାହିଁ ତାକୁ ଅପେକ୍ଷା
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ