ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ହେବ ଘରୋଇକରଣ,PPPAC ଦେଲା ମଞ୍ଜୁରୀ
ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ହେବ ଘରୋଇକରଣ । ଲିଜ ସୂତ୍ରରେ ଦେବା ସଂପର୍କିତ ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ପବ୍ଲିକ ପ୍ରାଇଭେଟ ପାର୍ଟନରସିପ ଆପ୍ରାଇଜାଲ କମିଟି- PPPAC ମଞ୍ଜୁରୀ ଦେଇଛି । ବଣ୍ଡଲ- ୩ କାଟାଗୋରୀରେ ଭୁବନେଶ୍ବର ବିମାନବନ୍ଦର ସହ କର୍ଣ୍ଣାଟକର ହୁବଲି ଏୟାରପୋର୍ଟକୁ ଯୋଡ଼ା ଯାଇଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଘରୋଇକରଣ ନେଇ ତେଜିଛି ରାଜନୀତି ।
ଲାଭଜନକ ସଂସ୍ଥାର ପ୍ରାଇଭେଟାଇଜେସନ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । କେନ୍ଦ୍ରର ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିଛି ବିଜେଡି । କାହା ସ୍ୱାର୍ଥରେ ବିଜୁ ପଟ୍ଟନାୟକ ଏୟାରପୋର୍ଟକୁ ଘରୋଇକରଣ କରିବାକୁ କେନ୍ଦ୍ର ସରକାର ଯାଉଛନ୍ତି ବୋଲି ପ୍ରଶ୍ନ କରିଛି ।
ଲାଭରେ ଥିବା ଏୟାରପୋର୍ଟର ଘରୋଇକରଣ ନିଷ୍ପତ୍ତିକୁ ଦୃଢ ନିନ୍ଦା ସହ ଏହାକୁ ପ୍ରତ୍ୟାହାର ପାଇଁ ଦାବି କରିଛି ବିଜେଡି । କଂଗ୍ରେସ କହିଛି, ବିଜୁ ବାବୁଙ୍କ ନାଁରେ ଥିବା ବିମାନବନ୍ଦର ବର୍ଷକୁ ୨ଶହ କୋଟିରୁ ୪ଶହ କୋଟି ଲାଭ ଦେଉଛି । ଲାଭ ଦେଉଥିବା ସଂସ୍ଥାକୁ କାହିଁକି ସରକାର ଘରୋଇକାରଣ କରିବାକୁ ଚାହୁଁଛନ୍ତି ? କିଛି ପୁଞ୍ଜିପତି ବନ୍ଧୁଙ୍କ ପାଇଁ ସରକାର ଏଭଳି ନିଷ୍ପତ୍ତି ନେଉଥିବା ଅଭିଯୋଗ କରିଛି କଂଗ୍ରେସ ।