ଓଏସଆରଟିସିର ସମସ୍ତ ଗାଡିଗୁଡିକୁ ଇଭି କରାଯିବ
ଓଏସଆରଟିସିର ସମସ୍ତ ଗାଡିଗୁଡିକୁ ଇଭି କରାଯିବ । ଏ ନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ଆଜିଠାରୁ ଇଭି ଗାଡ଼ିରେ ଯିବି, ମିତବ୍ୟୟତା ନିଜ ଠାରୁ ଆରମ୍ଭ କରିବି ବୋଲି ମଧ୍ୟ ପରିବହନ ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ଚାର୍ଜିଂ ଷ୍ଟେସନର ଅଭାବ ରହିବ ନାହିଁ । ଇଭି ଚାର୍ଜିଂ ଷ୍ଟେସନ କମ୍ପାନୀ ସହିତ ପ୍ରାଥମିକ ଆଲୋଚନା ଶେଷ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।ଯିଏ ମାନ୍ୟୁଫେକର ଅଛି ତାକୁ ସରକାରୀ ସୁବିଧା ଯୋଗାଯାଇ ସବୁ ଗାଡ଼ିକୁ ଇଭିରେ ପରିବର୍ତ୍ତନ କରାଯିବ । ପ୍ରଧାନମନ୍ତ୍ରୀ ଓ ମୁଖମନ୍ତ୍ରୀଙ୍କ ଆଗ୍ରହ ଅଛି ଇଭି ଗାଡିର ବ୍ୟବହାର ପାଇଁ, ଏହାଦ୍ୱାରା ପରିବେଶ ସୁରକ୍ଷା ସହିତ, ଆମର ସଞ୍ଚୟ ବି ହୋଇପାରିବ । ପ୍ରକୃତି ପରିବେଶ ସନ୍ତୁଳିତ ପାଇଁ ଇଭିର ବ୍ୟବହାର କରିବୁ । ମୁଖ୍ୟମନ୍ତ୍ରୀ ତାଙ୍କ କାରକେଡ୍ ଅଧା କରିସାରିଛନ୍ତି । ମନ୍ତ୍ରୀମାନେ ମଧ୍ୟ ସମାନ ନୀତି ଆପଣାଇବେ । ମୁଁ ଆଜିଠାରୁ ଇଭି ଗାଡ଼ିରେ ଯିବି, ଗୋଟିଏ ଗାଡି ବ୍ୟବହାର କରିବି l ମିତବ୍ୟୟତା ଆମ ଠାରୁ ଆରମ୍ଭ କରିବି, ଆବଶ୍ୟକ ନ ଥିଲେ ବସରେ ଯିବି । ବସ୍, ଟ୍ରେନ୍ରେ ଗଲେ ଭଲ ଲାଗିବ ।ଆମ ସରକାର ଯାହା କୁହନ୍ତି ସେୟା କରନ୍ତି l ୧୦୦ଟି ଚାର୍ଜିଂ ଷ୍ଟେନସ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ୩୦ଟି ଶେଷ ହୋଇଛି । ୧୫ଟି ଷ୍ଟେସନ କେବଳ ଭୁବନେଶ୍ୱରରେ କରାଯିବ ବୋଲି ମନ୍ତ୍ରୀ ବିଭୂତି ଜେନା କହିଛନ୍ତି ।