ପୁରୀ: ଚଳିତ ରଥଯାତ୍ରାରେ ନୀତିରେ ହୋଇଛି ମହାବିଭ୍ରାଟ । ଏନେଇ ବିଭିନ୍ନ ସେବାୟତ ଖୋଲାଖୋଲି ଗଣମାଧ୍ୟମରେ ମୁହଁ ଖୋଲି କହୁଛନ୍ତି । ରଥ ଯାତ୍ରା ପୂର୍ବରୁ ଏବଂ ପରେ ସବୁ ନୀତିନିୟମକୁ ଦଳିଚକଟି ଦିଆଯାଇଛି ବୋଲି ସେବାୟତମାନେ ଅଭିଯୋଗ କରୁଛନ୍ତି।ବଡ଼ଠାକୁରଙ୍କ ମୁଖ୍ୟ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର। ଏଥିପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ ସେ ଦାୟୀ କରିଛନ୍ତି। ଶହ ଶହ ବର୍ଷ ଧରି ଚାଲି ଆସୁଥିବା ନୀତିରେ କିଛି ସେବାୟତ ଙ୍କ ଦ୍ବାରା ମହାବିଭ୍ରାଟ କରାଯାଇଛି। ବର୍ଷବର୍ଷର ପରମ୍ପରାକୁ ଭାଙ୍ଗି ନୀତିକାନ୍ତି ହୋଇଛି। ଅଣସର ଘରେ ସେନାପଟା ଲାଗି ହୋଇଛି। ହଜାର ହଜାର ବର୍ଷର ରଥ ଆଜ୍ଞାମାଳ ବିଧିକୁ ବି ଭାଙ୍ଗି ଦିଆଯାଇଛି। ଭୋକଉପାସରେ ଠାକୁରଙ୍କୁ ପହଣ୍ଡି କରି ଅଣାଯାଇଛି। ପ୍ରତିପଦ ବଦଳରେ ଦ୍ବିତୀୟାରେ ହୋଇଛି ନେତ୍ରୋତ୍ସବ ଓ ନବଯୌବନ। ପହଣ୍ଡି ବେଳେ ବଡ଼ଠାକୁର ଶ୍ରୀବଳଭଦ୍ର ଚାରମାଳ ଉପରେ ପଡ଼ିଯିବା ଭଳି ବଡ଼ ଅଘଟଣ ପରେ ଏଭଳି ବିଷ ଓଗାଳିଛନ୍ତି । ଖାଲି ସେ ନୁହଁନ୍ତି ବଡ଼ ଠାକୁରଙ୍କ ପଡ଼ିଯିବାକୁ ନେଇ ସାରା ରାଜ୍ୟରେ ଜଗନ୍ନାଥ ପ୍ରେମୀମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଅଧିକ ସେବାୟତ ରଥରେ ଚଢ଼ିବା, ନୀତି ନିୟମ ନମାନିବାକୁ ନେଇ ସେବାୟତମାନଙ୍କୁ ଦାୟୀ କରାଯିବାକୁ ବରିଷ୍ଠ ନାଗରିକମାନେ ଦାବି କରୁଛନ୍ତି । ଏହି ଘଟଣାକୁ ନେଇ ସରକାର ମଧ୍ୟ ତଦନ୍ତ କରିବେ ବୋଲି କହିଛନ୍ତି । ତେବେ ଏବେ ପରିଚାଳନା କମିଟି ପାଇଁ ରତ୍ନଭଣ୍ଡାର ଖୋଲିବା ବଡ଼ ପ୍ରସଙ୍ଗ ହୋଇଛି । ନୂଆ ଶ୍ରୀମନ୍ଦିର ପ୍ରଶାସକ କିପରି ନୀତି ନିୟମ ପାଳନ ପାଇଁ କାର୍ଯ୍ୟ କରୁଛନ୍ତି ତାହା ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି ।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ