ପୂଜା ପୂର୍ବରୁ ଛିନଛତର ହେଲା ରସୁଲଗଡର ୩୦ଫୁଟ ଉଚ୍ଚର ତୋରଣ

ପାଖେଇ ଆସୁଛି  ଦୁର୍ଗାପୂଜା  ।  ବିଭିନ୍ନ ଦୁର୍ଗାପୂଜା କମିଟି ପକ୍ଷରୁ ସାଜସଜ୍ଜା ରାତିଦିନ ଚାଲିଛି ।  ତେବେ  ରବିବାର ଅପରାହ୍ନରେ ଭୁବନେଶ୍ୱର, ରସୁଲଗଡ଼ରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ସାଙ୍ଗକୁ ଜୋର୍‌ରେ ପବନ ବୋହିଥିଲା। ଏହି ବର୍ଷାପବନରେ ରସୁଲଗଡ଼ଠାରେ ନିର୍ମାଣ ହୋଇଥିବା ୩୦ ଫୁଟ ଉଚ୍ଚର ଏକ ଲାଇଟ୍‌ ତୋରଣ ଭାଙ୍ଗିଯାଇଛି। ଏହାକୁ ପୁଣି ଥରେ କରିବାକୁ କାରିଗର ଲାଗିପଡ଼ିଛନ୍ତି ।

ଲାଇଟ୍‌ ତୋରଣଟି ଭାଙ୍ଗି ରାସ୍ତା ଉପରେ ପଡିଥିଲା। ହେଲେ ଏଥିରେ କାହାରି କୌଣସି କ୍ଷତି ହୋଇ ନ ଥିବା ସୂଚନା ମିଳିଛି। ହେଲେ ତୋରଣରେ ଲାଗିଥିବା କେତେକ ଲାଇଟ୍‌ ପ୍ଳେଟ୍‌ ଭାଙ୍ଗି ଯାଇଥିବା ଜଣାପଡିଛି। ଅନ୍ୟପକ୍ଷେ ତୋରଣ ନିର୍ମାଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଏହାକୁ ସଜାଡିବାରେ ଲଗିଛନ୍ତି।